ବୌଦ୍ଧ ୨୨/୦୭: ଜାତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଜେରା କରିବା ପ୍ରତିବାଦରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ବାଘଗୁଡ଼ା ଛକରେ ପ୍ରତିବାଦ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ବରେ ଶହେରୁ ଅଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରା କରିଥିଲେ।
ଏଥିରେ କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ଏକ ଛତ୍ରବାଦ ନୀତି ଏବଂ ଇଡି ମିଥ୍ୟା ମାମଲରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିବ ପ୍ରତିବାଦରେ ସ୍ଥାନୀୟ ବାଘଗୁଡ଼ା ଛକରେ ପ୍ରତିବାଦ କରିଥିଲେ। ଭବିଷ୍ୟତରେ ଯଦି ଇଡି ସୋନିଆ ଗାନ୍ଧିଙ୍କ ଜେରା ବନ୍ଦ ନକରେ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।