ବୌଦ୍ଧ: ବୌଦ୍ଧ ପୋଲିସ କର୍ମଚାରୀଙ୍କ ମହାନତା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ହୋମଗାର୍ଡ ଓ ଡ୍ରାଇଭର ପରିବାରଙ୍କୁ ନିଜ ଦରମାରୁ ସହାୟତା ପ୍ରଦାନ କଲେ ସମସ୍ତ ପୋଲିସ୍ କର୍ମଚାରୀ । ଉଭୟଙ୍କ ପରିବାରକୁ ୧ ଲକ୍ଷ ୧୬ ହଜାର ୨୫ ଟଙ୍କା ଲେଖାଏଁର ଚେକ୍ ପ୍ରଦାନ କରାଯାଇଛି ।
ଗତ ତିନି ମାସ ତଳେ ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ରେସ୍କ୍ୟୁ ଅପରେସନ ସାରି ଏକ ବୋଲେରୋ ଗାଡ଼ିରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ଜଣେ ପୋଲିସ୍ ହୋମଗାର୍ଡ ଏବଂ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା ।
ପଢନ୍ତୁ: ସୋଆରେ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଉଦ୍ଯାପିତ, ଜନଜାତି ଭାଷାଗୁଡିକର ସୁରକ୍ଷା ନେଇ ବିଶେଷଜ୍ଞଙ୍କ ମତ
ତେବେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଏସପି ରାଜ୍ ପ୍ରସାଦଙ୍କ ଦ୍ଵାରା ଜିଲ୍ଲା ପୋଲିସ ବିଭାଗ ସମସ୍ତ ପୋଲିସ୍ କର୍ମଚାରୀ ନିଜ ଦରମାରୁ କିଛି କିଛି ଟଙ୍କା ସଞ୍ଚୟ କରି ସହାୟତା ଦେବାକୁ ଅନୁରୋଧ କରାଯାଇଥିଲା । ଏସପିଙ୍କ ଅନୁରୋଧ କ୍ରମେ ସମସ୍ତ ପୋଲିସ୍ କର୍ମଚାରୀ ନିଜ ଦରମାରୁ କିଛି କିଛି ଟଙ୍କା ଦେଇଥିବା ବେଳେ ସମୁଦାୟ ୨ ଲକ୍ଷ ୩୦ ହଜାର ୫୦ ଟଙ୍କା ସଂଗ୍ରହ କରାଯାଇଥିଲା । ମୃତ ହୋମଗାର୍ଡ ଜଗନ୍ନାଥ ମେହେର ଓ ମୃତ ପ୍ରାଇଭେଟ୍ ଗାଡ଼ିର ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ୧୬ ହଜାର ୨୫ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ଜିଲ୍ଲା ଏସପି ।
Also Read: ବ୍ରହ୍ମପୁର ପୋଲିସ କବଜାରେ ବଡ଼ ଧରଣର ଚୋର ଗ୍ୟାଙ୍ଗ, ୧୩ ବାଇକ, ୫୮ ମୋବାଇଲ୍ ଜବତ