ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ, ଧାରଣାସ୍ଥଳରେ ମାଣବସା ପାଳିଲେ ମହିଳା

17/11/2022 at 11:00 AM

ବୌଦ୍ଧ ୧୭।୧୧: ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ । ଆନ୍ଦୋଳନ ଆଜିକୁ ୧୭ଦିନ ପୁରିଥିବା ବେଳେ ଆହୋରାତ୍ର ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର ଖରଭୂଇଁ ଅଞ୍ଚଳର ଗ୍ରାମବାସୀ । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ  ଧାରଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ଏସଡିପିଓଙ୍କ ସମେତ ୪ ଜଣ ଇନ୍ସପେକ୍ଟରଙ୍କୁ ମୃତୟନ କରାଯାଇଛି ।

ସେପଟେ କ୍ରସରକୁ ଗାଡି ପୁରାଇଦେବୁ ନାହିଁ ବୋଲି ଗ୍ରାମବାସୀ ଚେନାବନୀ ଦେଇଛନ୍ତି । ବୁଧବାର ରାତିସାରା ଧାରଣାରେ ବସିରହିଥିଲେ ଗ୍ରାମବସୀ । ତେବେ ଗୁରୁବାର ମହିଳାମାନଙ୍କ ଗୁରୁବାର ଲଷ୍ମୀ ପୂଜା ବା ମାଣବସା ପର୍ବ ହୋଇଥିବାରୁ ଧାରଣା ସ୍ଥଳରେ ହି ଗ୍ରାମର ଶତାଧିକ ମହିଳା ମାଣବସା ଗୁରୁବାର ପୂଜା କରିଛନ୍ତି । ଯେ ପର୍ଯ୍ୟନ୍ତ କ୍ରସର ବନ୍ଦ ନହୋଇଛି । ସେ ଯାଏଁ ଧାରଣାରେ ବସି ରହିବୁ ବୋଲି କହିଛନ୍ତି ଗ୍ରାମବସୀ ।

   Related Posts