ବୌଦ୍ଧ ୨୮।୧୧ : ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଯେଉଁଥିରେ ୫୦ରୁ ଅଧିକ ବନକର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବନବିଭାଗ ଗାଡି ଉଡାଇବା ପାଇଁ ଖଞ୍ଜା ହୋଇଥିଲା ଲ୍ୟାଣ୍ଡମାଇନ୍।
{"id":714488,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2022/11/6.png)
ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନକର୍ମଚାରୀ ଯାଇଥିଲେ। ଏହି ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ତେବେ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ ଗାଡି ଉଡାଇବା ପାଇଁ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜା ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିସ୍ପୋରକ ସାମଗ୍ରୀ ଓ କିଛି ତାର ଜବତ ହୋଇଛି।