ବୌଦ୍ଧ ମହୋତ୍ସବ ଉଦଘାଟିତ, ମନମୋହୁଛି ରଙ୍ଗାରାଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ

Published By : Prameya-News7 Bureau | January 14, 2023 IST

ବୌଦ୍ଧ ୧୪/୦୧: ବୌଦ୍ଧ ଜିଲ୍ଲାର ୨୯ ତମ ସ୍ଵନକ୍ଷତ୍ର ଦିବସ ଅବସରରେ ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଓ ରାଜ୍ୟ ସ୍ଥାରୀୟ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।

କଟକଣା ମୁକ୍ତ ଭାବେ ଦୀର୍ଘ ୩ ବର୍ଷ ପରେ ଜିଲ୍ଲା ମହୋତ୍ସବ ପାଳିତ ହେଉଥିବାରୁ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା । ସାରା ଜିଲ୍ଲାରେ ଏକ ପ୍ରକାର ଉତ୍ସବର ମହୋଲ ଦେଖିବାକୁ ମିଳିଥିଲା । ପ୍ରଥମ ସନ୍ଧ୍ୟାରେ ସରକାରୀ ଷ୍ଟଲ , ଏସଏଚଜି ଷ୍ଟଲ ଓ ବୟନିକା ଷ୍ଟଲରେ ଲୋକେ କିଣାବିକା ସହ ଚଟପଟି ଖାଦ୍ୟର ମଜା ନେଇ କୋଲକାତା ସପ୍ତର୍ଷି ରାୟଙ୍କ ଦଳର ଶିବ ତାଣ୍ଡବ ସାଙ୍ଗକୁ ଗଂଜାମର ଯୋଡ଼ି ଶଙ୍ଖ ଶୀତୁଆ ରାତିକୁ ଆହୁରି ମତୁଆଲା କରିଥିଲା ।

ବୌଦ୍ଧ ଜିଲ୍ଲା ପାଳୁଛି ୨୯ ତମ ସ୍ଵନକ୍ଷେତ୍ର ଦିବସ । ୨୮ ବର୍ଷ ପୂର୍ତ୍ତି ହୋଇ ୨୯ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ଏହି ଅବସରରେ ସଂସ୍କୃତିର ବାର୍ତା ନେଇ ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଓ ରାଜ୍ୟ ସ୍ଥାରୀୟ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମହୋତ୍ସବ ୧୨ ତାରିଖ ରୁ ଆରମ୍ଭ ହୋଇ ୧୬ତାରିଖ ପଯ୍ୟନ୍ତ ଚଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.