ନିର୍ଭୟା ଦୋଷୀଙ୍କ ଫାଶୀକୁ ସାରା ଦେଶ ଅପେକ୍ଷା କରିଛି, କିନ୍ତୁ ଦୋଷୀ ପଓ୍ବନର ୨ମାମୁଁ ଚାହୁଁଛନ୍ତି ଅନ୍ୟ କିଛି
4/03/2020 at 9:01 PM

ନୂଆଦିଲ୍ଲୀ୩/୪: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀକୁ ସାରା ଦେଶ ଅପେକ୍ଷା କରିଛି । କିନ୍ତୁ ଦୋଷୀ ପୱନ ଗୁପ୍ତାର ଦୁଇଜଣ ମାମୁଁ ଜଗୁ ଲାଲ ଏବଂ ସୁଭାଷ ଚନ୍ଦ୍ର ଆଉ କିଛି ଚାହୁଁଛନ୍ତି। କେବଳ ଏତିକି ନୁହେଁ ପୱନ ଗାଁର ଲୋକମାନେ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିରେ ନିରାଶ ହୋଇଛନ୍ତି। ପୱନଙ୍କ ମାମୁଁ କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ଜଗନ୍ନାଥପୁରକୁ ଆସିଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ ପୱନଙ୍କ ଜନ୍ମ କେବେ ତାଙ୍କୁ ଠିକ ଭାବରେ ଜଣା ନାହିଁ। କିନ୍ତୁ ଯାହାମନେ ପଡୁଛି ଏହି ଘଟଣା ସମୟରେ ପଓ୍ବନ ନାବାଳକ ଥିଲା। ଉଭୟ ମାମୁଁ ଦିଲ୍ଲୀରେ ରୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୱନ ଦିଲ୍ଲୀରେ ଜନ୍ମ ହୋଇଥିଲା। ସେ କେବେ ଗାଁକୁ ଯାଉ ନଥିଲା।
ନିର୍ଭୟା ମାମଲାରେ ପବନ ଗୁପ୍ତାଙ୍କ ଗାଁରେ ଲୋକମାନେ କେହି ଖୋଲାଖୋଲି ଭାବେ କିଛି ଚାହୁଁ ନାହାନ୍ତି। ପଓ୍ବନ ଗାଁର ମୁଖିଆ ସଞ୍ଜୟ କୁମାର କହିଛନ୍ତି ଯେ ନିର୍ଭୟା ଘଟଣା ଗାଁକୁ କଳଙ୍କିତ କରିଛି। ପଓ୍ବନ ଯାହା କରିଛି ସେଥିପାଇଁ ପୂରା ବଦନାମ ହୋଇଛି। ଏହି କଳଙ୍କ କେବେ ଧୋଇ ହେବ ନାହିଁ। ଏଥିସହ ଗାଁର ମୁଖିଆ କହିଛନ୍ତି ଯେ ପୱନ ଯାହା କରିଛି ତାହା ଭୁଲ କିନ୍ତୁ ତାକୁ ଫାଶୀ ଦିଆଯିବା ଉଚିତ ନୁହେଁ।
ସେହିପରି ପଓ୍ବନର ୨ ମାମୁଁ ଜଗୁ ଲାଲ ଏବଂ ସୁଭାଷ ଚନ୍ଦ୍ର କହିଛନ୍ତି ନିର୍ଭୟା ଘଟଣା ପରେ ପୱନ ନାମ ନିଶ୍ଚିତ ରୂପେ ଚର୍ଚ୍ଚାରେ ଆସିଛି। ଆଜି ବି ଗାଁର ଲୋକମାନେ ତାର କାର୍ଯ୍ୟକଳାପ ସଂପର୍କରେ କହନ୍ତି। ସେ ଭଲ ପିଲା ଥିଲା। ସାଙ୍ଗମାନଙ୍କ ସହ ପଡ଼ି ଏମିତି କରିଥିବା ପଓ୍ବନର ଦୁଇ ମାମୁଁ କହିଛନ୍ତି। ପଓ୍ବନର ଦୁଇମାମୁଁ କହିଛନ୍ତି, ଆମେ ତାକୁ ଜୀବିତ ଦେଖିବାକୁ ଚାହୁଁଛୁ।
ବାପା, ଜେଜେ ମା ଏବଂ ଭଉଣୀଙ୍କ ସହ ପଓ୍ବନ ଆର.କେପୁରାମ ଅଞ୍ଚଳର ସାନ୍ତ ରବିଦା କ୍ୟାମ୍ପରେ ରହୁଥିଲା। ୨୦୧୭ ମସିହାରେ ମୃତ୍ୟୁଦଣ୍ଡ ରାୟ ଆସିବା ପରେ ତାଙ୍କ ଭଉଣୀ ଏବଂ ଜେଜେ ମା କୋର୍ଟ ଏବଂ ଆଇନ ଉପରେ ଟପ୍ପଣୀ ଦେଇଥିଲେ। ସେ କହିଥିଲେ ସେମାନଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରାଯାଉଛି। କୋର୍ଟ ପଓ୍ବନକୁ ଥରେ ସୁଯୋଗ ଦେବା ଉଚିତ୍ ବୋଲି ଘର ଲୋକ କୋର୍ଟରେ ନିବେଦନ କରିଥିଲେ।