ଭାରତୀୟ ସେୟାର ବଜାରର ନୂଆ ରେକର୍ଡ, ପ୍ରଥମେ BSE ଓ ଏବେ NSEଙ୍କ ମାର୍କେଟ୍ କ୍ୟାପ୍ ୪ ଟ୍ରିଲିୟନ ଡଲାର ପାର

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ ୩।୧୨: ଭାରତୀୟ ସେୟାର ବଜାର ନୂଆ କିର୍ତ୍ତିମାନ ସ୍ଥାପନା କରିଛି। ବଜାରରେ ଜୋରଦାର ରାଲି ହେଉଥିବା ବେଳେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଲଗାତାର ନୂଆନୂଆ ରେକର୍ଡ କରିବାରେ ଲାଗିଛନ୍ତି। ତାଜା ରେକର୍ଡ ମାର୍କେଟ କ୍ୟାପିଟାଲ ମାମଲାରେ ହୋଇଛି। ବିଏସଇ ପରେ ଏବେ ଏନଏସଇ କମ୍ପାନୀମାନଙ୍କ ମାର୍କେଟ କ୍ୟାପିଟାଲ ୪ ଟ୍ରିଲିୟନ ଡଲାର ପାର କରିଯାଇଛି।

ଏନଏସଇ ଇଣ୍ଡିଆ ରବିବାର ଏକ ବୟାନରେ କହିଛନ୍ତି ଯେ ତାଙ୍କ ପ୍ଲାଟଫର୍ମରେ ଲିଷ୍ଟେଡ୍ ଭାରତୀୟ କମ୍ପାନୀମାନଙ୍କ ସମ୍ମିଳିତ ବଜାର ପୁଞ୍ଜିକରଣ (ମାର୍କେଟ କ୍ୟାପ୍) ଏବେ ୪ ଟ୍ରିଲିୟନ ଡଲାର ପାର କରିଯାଇଛି। ଏନଏସଇ ଇଣ୍ଡିଆଙ୍କ ଅନୁସାରେ ଏହି ରେକର୍ଡ ଗତ ୧ ଡିସେମ୍ବରରେ ସ୍ଥାପିତ ହୋଇଥିଲା। ଯେତେବେଳେ ୫୦ ଇଣ୍ଡେକ୍ସର ଏନଏସଇ ନିଫ୍ଟି ୨୦,୨୯୧.୫୫ ପଏଣ୍ଟର ନୂଆ ଐତିହାସିକ ଉଚ୍ଚସ୍ତର ନିର୍ମାଣ କରିଥିଲା। ଡିସେମ୍ବର ୧ ତାରିଖ ଦିନ କେବଳ ୫୦ ଇଣ୍ଡେକ୍ସର ନିଫ୍ଟି ନୁହେଁ ନିଫ୍ଟିର ୫୦୦ ଇଣ୍ଡେକ୍ସ ମଧ୍ୟ ୧୮,୧୪୧.୬୫ ପଏଣ୍ଟର ଐତିହାସିକ ସ୍ତରକୁ ପହଞ୍ଚିଥିଲା।

{"id":878116,"sizeSlug":"full","linkDestination":"none"}

ଭାରତୀୟ ସେୟାର ବଜାର ନିମନ୍ତେ ୨୦୨୩ ବର୍ଷ ବେଶ ଶୁଭ ସାବ୍ୟସ୍ତ ହୋଇଛି। ଗତ କିଛି ମାସ ହେଲା ଉଭୟ ସେୟାର ବଜାର ବିଏସଇ ଓ ଏନଏସଇ ଅନେକ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। ସେନସେକ୍ସ ଓ ନିଫ୍ଟି ଲଗାତାର ନୂଆ ଉଚ୍ଚତାକୁ ଛୁଇଁଛନ୍ତି। ଏବେବି ଘରୋଇ ବଜାରରେ ଜୋରଦାର ରାଲି ଦେଖିବାକୁ ମିଳୁଛି। ଲଗାତାର ଗତ ୫ ସପ୍ତାହ ହେଲା ଘରୋଇ ବଜାର ମଜଭୁତ ହେବାରେ ଲାଗିଛି। ଗତ ୫ ସପ୍ତାହରେ ସେନସେକ୍ସ ପାଖାପାଖି ୩,୭୦୦ ପଏଣ୍ଟ(ପାଖାପାଖି ୬%) ମଜଭୁତ ହୋଇଛି। ଗତ ସପ୍ତାହରେ ଏନଏସଇରେ ସମସ୍ତ ପ୍ରମୁଖ ୧୩ଟି ଯାକ ସେକ୍ଟରରେ ଅଭିବୃଦ୍ଧି  ଦେଖାଯାଇଛି। 

ମିଡକ୍ୟାପ୍‌ ରେ ମଧ୍ୟ ରେକର୍ଡ ଅଭିବୃଦ୍ଧି ଦେଖାଯାଇଛି। ଏହାର ଇଣ୍ଡେକ୍ସ ଲଗାତାର ୧୫ ସେସନରେ ମଜଭୁତ ହୋଇସାରିଛି। କେବଳ ନଭେମ୍ବର ମାସରେ ମିଡ କ୍ୟାପ୍‌ରେ ୧୦.୪ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ସେହିଭଳି ସ୍ମଲ କ୍ୟାପ୍ ଇଣ୍ଡେକ୍ସ ନଭେମ୍ବରରେ ୧୨ ପ୍ରତିଶତ ମଜଭୁତ ହୋଇଛି। ଏନଏସଇର କିଛି ଦିନ ପୂର୍ବରୁ ବିଏସଇ ରେ ଲିଷ୍ଟେଡ କମ୍ପାନୀଙ୍କ ମାର୍କେଟ କ୍ୟାପିଟାଲ ୪ ଟ୍ରିଲିୟନ ଡଲାର ପାର କରିଯାଇଥିଲା। ବିଏସଇ ଏହି ରେକର୍ଡ ନଭେମ୍ବର ୨୯ ତାରିଖରେ ହାସଲ କରିଥିଲା।

{"id":878118,"width":842,"height":560,"sizeSlug":"full","linkDestination":"none"}

ବିଏସଇ ଓ ଏନଏସଇ ଇତିହାସରେ ଏହା ପ୍ରଥମ ଘଟଣା ଯେତେବେଳେ ସେମାନଙ୍କ ଲିଷ୍ଟେଡ କମ୍ପାନୀଙ୍କ ସମ୍ମିଳିତ ମାର୍କେଟ କ୍ୟାପ୍ ୪-୪ଟ୍ରିଲିୟନ ଡଲାର ପାର କରିଯାଇଛି। ଏହା ସହିତ ଭାରତର ଦୁଇ ସେୟାର ବଜାରଙ୍କ ଏଣ୍ଟ୍ରି ସେହିସବୁ ବଛାବଛା ଗ୍ଲୋବାଲ ଷ୍ଟକ୍‌ ଏକ୍ସଚେଞ୍ଜଙ୍କ କ୍ଲବରେ ହୋଇଯାଇଛି ଯେଉଁମାନଙ୍କ କମ୍ପାନୀଙ୍କ ମାର୍କେଟ କ୍ୟାପ୍ ୪ ଟ୍ରିଲିୟନ ଡଲାରରୁ ବି ଅଧିକ। ଏନଏସଇ ଓ ବିଏସଇଙ୍କ କମ୍ପାନୀମାନଙ୍କ ମାର୍କେଟ କ୍ୟାପ୍ ସେତେବେଳେ ୪ ଟ୍ରିଲିୟନ ପାର କରିଛି ଯେତେବେଳେ ଦେଶର ଅର୍ଥନୀତିର ଆକାର ମଧ୍ୟ ୪ ଟ୍ରିଲିୟନ ଡଲାରର ସ୍ତରକୁ ପାର କରିବାକୁ ଯାଉଛି।

ଏବେ ଭାରତର ଜିଡିପି ଆକର ସାଢେ ୩ରୁ ୪ଟ୍ରିଲିୟନ ଡଲାର ମଧ୍ୟରେ ରହିଛି। ଏଥିରୁ ଅନୁମାନ କରାଯାଉଛି ଭାରତ ୨୦୨୭ ସୁଦ୍ଧା ଜର୍ମାନୀ ଓ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ସର୍ବ ବୃହତ୍ତ ଅର୍ଥବ୍ୟବସ୍ଥାରେ ପରିଣତ ହେବ ଓ ୨୦୫୦ ମସିହା ସୁଦ୍ଧା ଭାରତର ଜିଡିପି ଆକାର୪୫ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିବ।   

GDPକୁ ନେଇ ଏବେ ଟ୍ରୋଲ ହେଉଛନ୍ତି RBIଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ଜାଣନ୍ତୁ ନେଟିଜେନ କହୁଛନ୍ତି କ’ଣ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.