ଗ୍ରାମ୍ୟ ଉନ୍ନୟନ ବିଭାଗର କାମକୁ ନେଇ ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକଙ୍କ ଉଦ୍ବେଗ
5/07/2022 at 12:53 PM

ଭୁବନେଶ୍ବର ୫।୭: ଗ୍ରାମ୍ୟ ଉନ୍ନୟନ ବିଭାଗର କାମକୁ ନେଇ ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକମାନଙ୍କ ଉଦବେଗ । ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପୂର୍ତ୍ତ ବିଭାଗକୁ ସ୍ଥାନାନ୍ତରରେ ସମସ୍ୟା ଏବଂ ଗାଁ ରାସ୍ତାଗୁଡିକ ଦୀର୍ଘ ଦିନ ଧରି ମରାମତି ହେଉନଥିବାରୁ ଅନେକ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି ।
ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୧ ଲକ୍ଷ ୩ ହଜାର ୭୩୧ କିଲୋମିଟର ଆରଡ଼ି ରୋଡ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଏହାର ମରାମତି ପାଇଁ ୧୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା ୧୧ ଲକ୍ଷ ୬୨ ହଜାର ଖର୍ଚ୍ଚ ହୋଇଛି ।
ଅନ୍ୟପଟେ ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳ ଜୀବନ ମିଶନର କାର୍ଯ୍ୟକାରିତା ନେଇ ମଧ୍ୟ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ବିଧାୟକମାନେ ଅଭିଯୋଗ କରିଥିଲେ ଯେ, ଜଳ ଜୀବନ ମିଶନରେ କେବଳ ବୋର୍ଡ ମରା ହୋଇଯାଉଛି ମାତ୍ର ଘରେ ଘରେ ପାଣି ପହଞ୍ଚୁନି ।