ଭାରତୀୟ ଫୁଟବଲର ବୋରିସ୍‌ ସିଂହ କରୋନା ପଜିଟିଭ୍‌

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ୨୧/୮: ୨୦୧୭ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତୀୟ ଦଳ ସଦସ୍ୟ ଥିବା ବୋରିସ୍‌ ସିଂହ ଥଙ୍ଗଜାମ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେ ଦେଶର ପ୍ରଥମ ସକ୍ରିୟ ଫୁଟବଲ୍‌ ଖେଳାଳି ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ମଣିପୁରଠାରେ ସଙ୍ଗରୋଧରେ ରହିଛନ୍ତି ।

ବୋରିସ୍‌ଙ୍କର ଜଣେ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ବୋରିସ୍‌ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ତେଣୁ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।’ ଇମ୍ପାଲ୍‌ର ପ୍ରତିଭାବାନ ଖେଳାଳି ବୋରିସ୍‌ ଫିଫା ବିଶ୍ୱକପ୍‌ରେ ଭାରତ ପକ୍ଷରୁ ୨ଟି ମ୍ୟାଚ୍‌ ଖେଳିଥିଲେ। ସେହିପରି ସ୍ପେନ୍‌ରେ ୨୦୧୮ କଟିଫ୍‌ ଟୁର୍ଣ୍ଣାମେଣ୍ଟରେ ସେ ୨୦ବର୍ଷରୁ କମ୍‌ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୨-୧ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ବୋରିସ୍‌ ଏବେ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଏଟିକେ ମୋହନ ବାଗାନ ସଦସ୍ୟ ରହିଛନ୍ତି। ସେ ୨୦୧୮ରେ ଏଟିକେ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହାପୂର୍ବରୁ ସେ ୨ ବର୍ଷ ଧରି ଇଣ୍ଡିଆନ୍‌ ଆରୋଜ୍‌ ପକ୍ଷରୁ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.