oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବ୍ରିଟେନରେ କମୁଛି ବୋରିସ ଜନସନଙ୍କ ଲୋକପ୍ରିୟତା, ପ୍ରଧାନମନ୍ତ୍ରୀ ପଦ ପାଇଁ ବଡ ଦାବିଦାର ରିଷି ସୁନାକ

11/01/2022 at 10:11 PM

ନୂଆଦିଲ୍ଲୀ, ୧୧/୦୧: ବ୍ରିଟେନରେ ବୋରିସ ଜନସନଙ୍କ ପରେ କିଏ ହେବ ପ୍ରଧାନମନ୍ତ୍ରୀ ? ପିଏମ୍ ପାଇଁ କାହାକୁ ଅଧିକ ପସନ୍ଦ କରୁଛନ୍ତି ବ୍ରିଟେନବାସୀ ?  ଏକ ଜନମତ ସର୍ଭେରେ ବ୍ରିନେଟବାସୀ ବାଛିଛନ୍ତି ନିଜର ନେତା । ୨୦୧୯ ମସିହାରେ ବିପୁଳ ଜନମତ ସହ କନଜରଭେଟିବ ପାର୍ଟିର ବିଜୟ ପରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୁଅନ୍ତି । ତେବେ ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବୋରିସ ଜନସନ ନିଜ ଦଳର ସାଂସଦଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ । ଏହାସହ କେତେକ ନୀତି ପାଇଁ ବ୍ରିଟେନବାସୀଙ୍କ ମଧ୍ୟ ବିରୋଧର ସାମ୍ନା କରିଥିଲେ।

କରୋନା ମହାମାରୀର ମୁକାବିଲା, ଲକଡାଉନ ସମୟରେ ଷ୍ଟ୍ରିଟ୍ ପାର୍ଟି ସହ ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ ପରି ପ୍ରସଙ୍ଗରେ ବୋରିସଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏ ସବୁ ଭିତରେ ନିକଟରେ ହୋଇଥିବା ଜନମତ ସର୍ଭେରେ ବୋରିସଙ୍କ ଲୋକପ୍ରିୟତାରେ ପ୍ରବଳ ହ୍ରାସ ଘଟିଥିବା ଜଣାପଡିଛି। କନଜରଭେଟିବ ଦଳର ଅଧାରୁ ଅଧିକ ସଦସ୍ୟ ବିଶ୍ୱାସ କରନ୍ତି ବ୍ରିଟେନର ଅର୍ଥ ମନ୍ତ୍ରୀ ରିଷି ସୁନାକ୍ ବୋରିସଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ହେବେ। ଏହାସହ ରିଷି ଆସନ୍ତା ନିର୍ବାଚନରେ ଅଧିକ ଆସନ ଜିତାଇପାରିବେ ବୋଲି ସେମାନେ ଆଶା ରଖିଛନ୍ତି।

ବ୍ରିଟେନର ସ୍କାଏ ନ୍ୟୁଜ ତରଫରୁ ୟୁ-ଗୋଭ ନାଁରେ ଏକ ଜନମତ ସଂଗ୍ରହ କରାଯାଇଥିଲା। ଡିସେମ୍ବର ୩୦ରୁ ଜାନୁଆରୀ ୬ ମଧ୍ୟରେ ଏହି ସର୍ଭେ ହୋଇଥିଲା । ଆସନ୍ତା ନିର୍ବାଚନରେ ରିଷି ଅଧିକ ଆସନ ଜିତିପାରିବେ ବୋଲି ୪୬ ପ୍ରତିଶତ ମତ ଦେଇଥିଲେ । ଏହାସହ ପ୍ରତି ୧୦ ଜଣରୁ ୪ ଜଣଙ୍କ ମତ ପ୍ରଧାନମନ୍ତ୍ରୀ ଭାବେ ବୋରିସ ଜନସନ ଖରାପ କାମ କରୁଛନ୍ତି । ତେବେ ବୋରିସ ହିଁ ଦେଶର ନେତା ରୁହନ୍ତୁ ବୋଲି ୫୯ ପ୍ରତିଶତ ମତ ଦେଇଛନ୍ତି ।

ସର୍ଭରୁ ସ୍ପଷ୍ଟ ହୋଇଛି ଯେ, ରିଷି ସୁନାକ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର । ଏବଂ ବୋରିସ ଜନସନଙ୍କ ସବୁଠାରୁ ବଡ ବକଳ୍ପ । ରିଷିଙ୍କ ସହ ବ୍ରିଟେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଲିଜ୍ ଟ୍ରୁସ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର । ଲିଜ୍ ଦଳର ମୂଳ ସଦସ୍ୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଅଛନ୍ତି ।

ରିଷିଙ୍କ କଣ ରହିଛି ଭାରତ ସହ ସମ୍ପର୍କ ?

ରିଷି ସୁନାକଙ୍କ ଭାରତ ସହ ରହିଛି ପାରିବାରିକ ସମ୍ପର୍କ । ରିଷିଙ୍କ ପତ୍ନୀ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ଭାରତର ଉଦ୍ୟୋଗପତୀ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ହେଉଛନ୍ତି ରିଷି ସୁନାକ । ୨୦୦୯ ମସିହାରେ ରିଷି ନାରାୟଣ ମୂର୍ତ୍ତି ଝିଅ ଅକ୍ସତା ମୂର୍ତ୍ତିଙ୍କୁ ବିବାହ କରିଥିଲେ।

   Related Posts