oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଗୁଜରାଟ: ବୁଲଡୋଜର ଚଢିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଜେସିବି ଫ୍ୟାକ୍ଟ୍ରୀ ପରିଦର୍ଶନରେ ଯାଇଥିଲେ ଜନସନ

21/04/2022 at 7:02 PM

ଗାନ୍ଧୀନଗର,୨୧/୦୪: ଦେଶରେ ଏବେ ବୁଲଡୋଜରକୁ ନେଇ ସବୁଠି ଜୋରଦାର ଚର୍ଚ୍ଚା ଜାରି ରହିଛି। ଉତ୍ତର ପ୍ରଦେଶ ନିର୍ବାଚନରେ ମଧ୍ୟ ବୁଲଡୋଜରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମଧ୍ୟ ପ୍ରଦେଶର ଅନେକ ସ୍ଥାନରେ ପୋଷ୍ଟରରେ ବୁଲଡୋଜର ମାମା ଲେଖାଯାଉଛି । ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପାଇଁ ପୁଣି ଥରେ ବୁଲଡୋଜର ବିଷୟ ହୋଇଛି ।

ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଗୁରୁବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ପଞ୍ଚମହଲରେ ଜେସିବି ଫ୍ୟାକ୍ଟ୍ରୀ ପରିଦର୍ଶନ ପାଇଁ ପହଞ୍ଚିଥିଲେ ଜନସନ । ତେବେ ଫ୍ୟାକ୍ଟ୍ରୀ ପରିଦର୍ଶନ ବେଳେ ହଠାତ ଏକ ବୁଲଡୋଜର ଉପରେ ଚଢିଯାଇଥିଲେ। ଏହା ପୂର୍ବରୁ ଜନସନ ସାବରମତୀ ଆଶ୍ରମରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବ୍ରେଟନ ପ୍ରଧାନମନ୍ତ୍ରୀ ନିଜର ଦୁଇ ଦିନିଆ ଗସ୍ତରେ ଭାରତ ସହ ନିଜର ସମ୍ପର୍କରୁ ଅଧିକ ମଜବୁତ କରିବା ସହ ବ୍ୟବସାୟରେ ଉପୁଜୁଥିବା ବାଧାକୁ ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତରେ ପହଞ୍ଚିବା ପରେ ଜନସନ କହିଥିଲେ, ଭାରତ ଆସିବା ମୋ ପାଇଁ ଖୁସିର କଥା। ଏହା ଦୂନିଆର ସବୁଠୁ ବଡ଼ ଲୋକତନ୍ତ୍ର। ମହାନ ଦେଶ ସହ ମିଶି ବଡ଼ ଉପଲବ୍ଧି ହାସଲ କରିପାରିବା।  

   Related Posts