ଇସ୍ତଫା ଘୋଷଣା କଲେ ବୋରିସ ଜନସନ, ନୂଆ ପ୍ରଧାନମନ୍ତ୍ରୀ ଚୟନ ଯାଏଁ ତୁଲାଇବେ ଦାୟିତ୍ୱ

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ: ବ୍ରିଟେନରେ ଜାରି ରାଜନୈତିକ ସଂକଟ ଭିତରେ ବୋରିସ ଜନସନ ନିଜ ଇସ୍ତଫାର ଘୋଷଣା କରିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ଜନସନ ଦେଶକୁ ସମ୍ୱୋଧିତ କରି କନଜରଭେଟିଭ୍ ପାର୍ଟିର ନେତା ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ତେବେ ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଳାଇବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, କନଜରଭେଟିଭ ପାର୍ଟିର ନୂଆ ନେତା ଚୟନ ପ୍ରକ୍ରିୟା ଶେଷ ହେବା ଯାଏଁ ସେ ନମ୍ୱର ୧୦ର ପ୍ରଭାରୀ ରହିବେ । ଜନସନ କହିଛନ୍ତି ଟୋରୀର ନୂଆ ନେତା ଚୟନ ପାଇଁ ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ତେବେ ବିବିସିରେ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଆସନ୍ତା ସେପ୍ଟେମ୍ୱରରେ ବ୍ରେଟନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିପାରେ ।  

ଦେଶବାସୀଙ୍କୁ ସମ୍ୱୋଧିତ କରି ନିଜ ସଫଳତାକୁ ନେଇ ଗର୍ବିତ ଥିବା ଜନସନ କହିଛନ୍ତି । ତେବେ ଦୁନିଆର ଶ୍ରେଷ୍ଠ ଚାକିରି ଛାଡୁଥିବାରୁ ଦୁଃଖିତ ଥିବା ସେ କହିଛନ୍ତି । ଏହାସହ ନୂତନ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ।

ଜନସନଙ୍କ ଇସ୍ତଫା ଉପରେ ବ୍ରିଟେନ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରୁସ ଟ୍ୱିଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ପଦରୁ ଓହରିବାକୁ ନିଷ୍ପତ୍ତି ନେଇ ଜନସନଙ୍କ ଠିକ କରିଛନ୍ତି । ନୂଆ ନେତା ଚୟନ ହେବା ପର୍ଯ୍ୟନ୍ତ ଆମେ ଶାନ୍ତ ରହିବା ସହ ଏକତା ବଜାୟ ରଖି ସରକାର ପରିଚାଳନା କରିବା ଦରକାର।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରେ ଅବିଶ୍ୱାସ ପ୍ରକଟ କରି ସରକାରରୁ ୫୦ରୁ ଅଧିକ ମନ୍ତ୍ରୀ ଏବଂ ସାଂସଦ ଇସ୍ତଫା ଦେଇସାରିଥିଲେ । ଜନସନଙ୍କ ଉପରେ ଅବିଶ୍ୱାସ ଏତେ ବଢିଥିଲା ଯେ, ୩୬ ଘଣ୍ଟା ତଳେ ନିଯୁକ୍ତ ହୋଇଥିବା ମନ୍ତ୍ରୀ ମିଶେଲ ଡୋନେଲନ ମଧ୍ୟ ଇସ୍ତଫା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.