ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ଗୁରୁତର, ଏବେ ଆଇସିୟୁରେ କରୋନା ଆକ୍ରାନ୍ତ ବୋରିସ୍‌ ଜନ୍‌ସନ୍‌

Published By : Prameya-News7 Bureau | April 07, 2020 IST

ଲଣ୍ଡନ ୦୭।୦୪: ଆଇସିୟୁରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। କରୋନା ଭାଇରସରେ ପୀଡ଼ିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ ସନ୍ ଙ୍କୁ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ରବିବାର ବିଳମ୍ବିତ ରାତି କରୋନା ଲକ୍ଷଣ ଦେଖାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଗତ ମାର୍ଚ୍ଚ ୨୬ରେ ବୋରିସ ଜନସନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା ଜନ୍ ସନ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମଧ୍ୟ ନିଜର କାମ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ପରେ ବିଦେଶ ମନ୍ତ୍ରୀ ଡାମିନିକ ରାବ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ କାମ କରିବେ । ବ୍ରିଟିଶ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜନସନଙ୍କ ଶରୀରରେ ଏବେ ବି କରୋନା ଲକ୍ଷଣ ଦେଖାଯାଉଛି ଏବଂ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରୋନା ଭାଇରସରେ ପୀଡିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦେଶର ତିନି କୋଟି ପରିବାରକୁ ଚିଠି ଲେଖି ସେମାନଙ୍କୁ ନିଜ ଘରେ ରହିବାକୁ କହିଛନ୍ତି । ନଚେତ୍ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ମଧ୍ୟ କହିଛନ୍ତି। ବିଟ୍ରିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରେମିକା କ୍ୟାରି ସିମଣ୍ଡସ୍ ମଧ୍ୟ କରୋନା ଜୀବାଣୁ ଭଳି ଲକ୍ଷଣ ଅନୁଭବ କରୁଛନ୍ତି। ତେବେ ସାଇମଣ୍ଡସ୍ କହିଛନ୍ତି ଯେ ତାଙ୍କୁ ପରୀକ୍ଷା କରାଯାଇ ନାହିଁ ଏବଂ ସେ ଏକ ସପ୍ତାହ ପାଇଁ ବିଶ୍ରାମ ନେଉଛନ୍ତି। ଗତ ସପ୍ତାହରେ ଜନସନ କରୋନା ଜୀବାଣୁ ସଂକ୍ରମିତ ହେବା ପରଠାରୁ ସାଇମଣ୍ଡସ ତାଙ୍କଠାରୁ ଅଲଗା ହୋଇଯାଇଥିଲେ। ତେବେ ଏହାପୂର୍ବରୁ ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କରୋନା ଭାଇରସ ଦ୍ନାରା ଆକ୍ରାନ୍ତ ହୋଇଥିଲେ। ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଥିଲା | ପ୍ରିନ୍ସ ଚାର୍ଲ୍ସଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ୍‌ ବାହାରିଛି ବୋଲି କ୍ଲେରେନ୍ସ ହାଉସ୍ ଘୋଷଣା କରିଛି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.