ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଗୋଟିଏ ମିସାଇଲ୍‌କୁ ମାତ୍ର ଗୋଟିଏ ମିନିଟ୍ ଲାଗିବ: ବୋରିସ ଜନସନଙ୍କୁ ହତ୍ୟା ଧମକ ଦେଇଥିଲେ ପୁଟିନ

30/01/2023 at 9:50 AM

ଲଣ୍ଡନ: ବ୍ରିଟେନ୍‌କୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ପୁଟିନ। ମାତ୍ର ଗୋଟିଏ ମିସାଇଲ୍‌ରେ ସେ ପୂରା ବ୍ରିଟେନକୁ ଉଡ଼ାଇ ଦେବେ ବୋଲି ପୁଟିନ ଧମକ ଦେଇଥିବା ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୂଚନା ଦେଇଛନ୍ତି।

ପୁଟିନ ବନାମ ପଶ୍ଚିମ ଦେଶ ସମୁହ(ପୁଟିନ ଭର୍ସେସ୍ ୱେଷ୍ଟ) ନାମରେ ବିବିସି ୩ ଟି ଭାଗରେ ଏକ ଡକ୍ୟୁମେଣ୍ଟାରୀ ରିପୋର୍ଟରେ ତିଆରି କରିଛି। ଏହି ରିପୋର୍ଟରେ ପ୍ରତିକ୍ରିୟା ଦେଇ ବୋରିସ ଜନସନ ଏହି ଖୁଲାସା କରିଛନ୍ତି। ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ ତାଙ୍କୁ ଫୋନ୍ କରିଥିଲେ। ଗୋଟିଏ ମିସାଇଲ୍ ମାଡ଼ କରି ମାତ୍ର ଏକ ମିନିଟ୍‌ରେ ବ୍ରିଟେନ୍‌କୁ ଉଡ଼ାଇ ଦେବି ବୋଲି ପୁଟିନ ଧମକ ଦେଇଥିବା ଜନସନ କହିଛନ୍ତି।

ତେବେ ବୋରିସ ଜନସନ ଏହି ଧମକୁ ଖାତିର ନ କରି ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କିଙ୍କୁ ସହଯୋଗ କରିଥିଲେ ବୋଲି ବିବିସିକୁ ପ୍ରତିକ୍ରିୟା ଦେଇଥିଲେ ଜନସନ। ଜନସନ କହିଛନ୍ତି “ ସେ ଗୋଟେ କଥା କହି ମୋତେ ଧମକାଇଥିଲେ। କହିଥିଲେ, ବୋରିସ ମୁଁ ତୁମକୁ ଆଘାତ ଦେବାକୁ ଚାହେଁନି। କିନ୍ତୁ ଗୋଟିଏ ମିସାଇଲ୍‌କୁ ମାତ୍ର ଗୋଟିଏ ମିନିଟ୍‌..। ସେ ଏମିତି କିଛି କହିଥିଲେ।”

ପୁଟିନ ରିଲକ୍ସ ହୋଇ ମୋ ସହ କଥା ହୋଇଥିଲେ। ଯେଉଁଭଳି ଭାବରେ ଅସନ୍ତୋଷରେ ପରିବେଶ ଦେଖା ଦେଇଥିଲା ସେହି ସମୟରେ ପୁଟିନ ମୋ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ବୋଲି ଜନସନ କହିଛନ୍ତି। ତେବେ ଜନସନ ମଧ୍ୟ ତାଙ୍କୁ ଧମକ ଦେଇଥିଲେ। ଯଦି ସେ ୟୁକ୍ରେନ୍ ଉପରେ ଆକ୍ରମଣ କରନ୍ତି ତେବେ ପଶ୍ଚିମ ଦେଶଗୁଡ଼ିକ ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇ। ୟୁକ୍ରେନ୍‌ର ନୋଟାରେ ସାମିଲ୍ ହେବା ନେଇ ସମ୍ଭାବନା ଥାଉକ କି ନଥାଉ ଏଥିପାଇଁ ସମର୍ଥନ ବଢ଼ିବ ବୋଲି ଜନସନ ପୁଟିନଙ୍କୁ ପାଲଟା ଚେତାବନୀ ଦେଇଥିଲେ।

ପୁଟିନ ବୋରିସଙ୍କୁ କହିଥିଲେ “ବୋରିସ୍ ଆପଣ କହୁଛନ୍ତି ଯେ ୟୁକ୍ରେନ୍ ଏତେ ଶୀଘ୍ର ନାଟୋରେ ସାମିଲ୍ ହେବନି। କଣ ସେ ଶୀଘ୍ରତା ଜଏନ କରୁଛନ୍ତି ?” ପୁଟିନଙ୍କର ପ୍ରଶ୍ନରେ ମୁଁ ଜବାବ ଦେଇ କହିଥିଲି “ ଠିକ୍ ଅଛି। ୟୁକ୍ରେନ୍ ନିକଟରେ ଭବିଷ୍ୟତରେ ନାଟୋରେ ଯୋଗ ଦେଉ ନାହିଁ। ଏକଥା ଆପଣ ବି ଭଲଭାବରେ ଜାଣିଛନ୍ତି। ”  

   Related Posts