ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବର୍ତ୍ତିଗଲେ ବୋରିସ ଜନସନ : କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ

7/06/2022 at 8:33 AM

ଲଣ୍ଡନ, ୦୭/୦୬: ନିଜ ଦଳ କଞ୍ଜରଭେଟିଭ ପାର୍ଟି ପକ୍ଷରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ବିଫଳ ହୋଇଛି । ଫଳରେ ଜନ୍‌ସନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଦଳର ମୋଟ ୩୫୯ ସାଂସଦଙ୍କ ମଧ୍ୟରୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୪୮ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୨୧୧ ଭୋଟ ମିଳିଥିଲା । ୧୯୨୨ କମିଟିର ଅଧ୍ୟକ୍ଷ ସାର୍‌ ଗ୍ରାହମ ବାର୍ଡି ଫଳାଫଳ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ ପାର୍ଟିଗେଟ୍‌କୁ ନେଇ ଜନସନ ବିବାଦୀୟ ହୋଇପଡିଥିଲେ । ସମଗ୍ର ଦେଶରେ କୋଭିଡ ଲକ୍‌ଡାଉନ ଓ ଶକ୍ତ କଡକଣା ଜାରି ରହିଥିଲା ବେଳେ ତାକୁ ଉଲ୍ଲଂଘନ କରି ଜନସନ ପାର୍ଟି କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଥରେ ନୁହେଁ, ବରଂ ୧୨ଥର ସେ ପାର୍ଟି କରିଥିଲେ । ଲଣ୍ଡନସ୍ଥିତ ତାଙ୍କ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାସଭବନ ସମେତ ଏହାର ବଗିଚା ଓ ଅନ୍ୟାନ୍ୟ ସରକାରୀ ବଙ୍ଗଳାରେ ଏହି ପାର୍ଟି କରାଯାଇଥିଲା ।

   Related Posts