ନୂଆଦିଲ୍ଳୀ, ୧୫/୧୨: ଜର୍ମାନ ଟେନିସ୍ ତାରକା ବୋରିସ ବେକର (୫୫) ବ୍ରିଟିଶ କାରାଗାରରୁ ମୁକ୍ତ ହୋଇଛନ୍ତି। ମୁକ୍ତ ହେବାପରେ ତାଙ୍କୁ ଦେଶରୁ ବିଦା କରାଯିବା ଅର୍ଥାତ୍ ଜର୍ମାନ ପଠାଇ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ତେବେ ତାଙ୍କୁ ଜର୍ମାନୀକୁ ବିଦା କରିବା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, ୬ ଥର ଟେନିସ୍ ଗ୍ରାଣ୍ଡ ସ୍ଲାମ୍ ଚାମ୍ପିୟନଙ୍କୁ ଲଣ୍ଡନ କୋର୍ଟ ଏପ୍ରିଲରେ ଦୁଇ ବର୍ଷ ୬ ମାସ ପାଇଁ ଦଣ୍ଡ ଶୁଣାଇଥିଲେ। ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା ଯେ ଦେବାଳିଆ ହେବା ପରେ ହଜାର ହଜାର ପାଉଣ୍ଡର ସମ୍ପତ୍ତି ଲୁଚାଇ ରଖିଥିଲେ। ଏହା ପୂର୍ବରୁ ୨୦୦୨ ରେ ସେ ଜର୍ମାନୀରେ ଟାକ୍ସ ଫାଙ୍କିବା ମାମଲାରେ ମଧ୍ୟ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିଲେ।
ଏହି ପୂର୍ବତନ ଟେନିସ୍ ଖେଳାଳି ୧୭ ବର୍ଷ ବୟସରେ ୧୯୮୫ ରେ ଓ୍ବିମ୍ବଲଡନ୍ ଫାଇନାଲ ପ୍ରଥମ ଓ୍ବିମ୍ବଲଡନ୍ ଫାଇନାଲ ଜିତିଥିଲେ ଏବଂ ପୁରୁଷ ସିଙ୍ଗିଲ୍ସ ଟାଇଟଲ ଜିତିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ସେ ଆହୁରି ଦୁଇ ଥର ମଧ୍ୟ ଓ୍ବିମ୍ବଲଡନ ଟାଇଟଲ ଜିତିଥିଲେ। ତେବେ ବେକର ଲଣ୍ଡନ କୋର୍ଟଙ୍କ ଦ୍ବାରା ଲଗାଯାଇଥିବା ସବୁ ଅଭିଯୋଗକୁ ଅଗ୍ରାହ୍ୟ କରିଆସୁଛନ୍ତି।