AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା, ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ

31/12/2022 at 12:14 PM

breaking

କୋରାପୁଟ  ୩୧।୧୨ : ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା । ନୋଟିସ୍ ଜାରି କଲେ ଜାତୀୟ ମାନବିକ ଅଧିକାର କମିଶନ । ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କରାଯାଇଛି । ୪ ସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଠାନ ରିପୋର୍ଟ(ଏଟିଆର୍) ଦାଖଲ ପାଇଁ ନିର୍ଦ୍ଦେଶ ମଧ୍ୟ ରହିଛି ।

ଖବର ଅନୁଯାୟୀ, ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନେଇ ଏନଏଚଆରସିଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ । ଅଖଣ୍ଡ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ ବୋରିଗୁମ୍ମା ବ୍ଲକର କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ ଗତ ୩ ଡିସେମ୍ବରରେ ଦୁଇ ଜଣ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଥିଲା । ଜଣେ ଦୁଇମାସର ହୋଇଥିବା ବେଳେ ଆଉ ଜଣେ ଶିଶୁ ଜନ୍ମ ହେବାର ଦୁଇ ଦିନ ମଧ୍ୟରେ ହିଁ ପ୍ରାଣ ହରାଇଥିଲେ । ଏହା ପରେ ପରେ ସେହି ସପ୍ତାହରେ ଶଶାହାଣ୍ଡି ଗାଁର ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ୧୩ ତାରିଖରେ ବାଲିଗୁଡା ଓ ନାରିଗାଁରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ପୁଣି ସେହି ରାତିରେ ବିବଲିଗୁଡା ଗାଁର ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଲା । ଡାକ୍ତରଖାନାରେ ଚିକିତ୍ସା ସମୟରେ ଅଧିକାଂଶ ଶିଶୁ ପ୍ରାଣ ହରାଇଛନ୍ତି । ଏହି ଦୁର୍ଗମ ଆଦିବାସୀ ଅଞ୍ଚଳରେ ଠିକ୍ ସ୍ୱାସ୍ଥ୍ୟ ସେବା ନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପିଟିସନକାରୀ ଦର୍ଶାଇଛନ୍ତି ।

ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଜରୁରୀକାଳିନ ସ୍ଥିତିରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ ଅକାଳରେ ଶିଶୁମାନଙ୍କର ମୃତ୍ୟୁ ହେଉଛି । ଏସବୁ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇନାହିଁ । ସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା କରିବାକୁ ଡିଣ୍ଡିମ ପିଟୁଥିଲେ ହେଁ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଛନ୍ତି । କମିଶନ ପିଟିସନରେ ଦର୍ଶାଯାଇଥିବା ଅଭିଯୋଗଗୁଡିକୁ ବିଚାର କରି ଏ ଦିଗରେ କେଉଁ ସବୁ ପଦକ୍ଷେପ ନିଆଯାଇଛି । ଚାରି ସପ୍ତାହ ମଧ୍ୟରେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ଶିଶୁମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ବିଶେଷଜ୍ଞମାନଙ୍କ ଦ୍ୱାର ଶିଶୁମୃତ୍ୟୁର କାରଣ, ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ତଦାରଖ ପାଇଁ କମିଶନଙ୍କ ନିଜ ଟିମ୍ ପ୍ରେରଣ ଆଦି ପାଇଁ ଶ୍ରୀ ଅଖଣ୍ଡ କମିଶନଙ୍କୁ ନିବେଦନ କରିଛନ୍ତି ।

   Related Posts