ଶାହଙ୍କ ପାଇଁ ବଢୁଛି ଅଡୁଆ : ମାନହାନୀ ମୋକଦ୍ଦମା କରିବେ ସାମ୍ବାଦିକ ବୋରିଆ ମଜୁମଦାର

Published By : Prameya-News7 Bureau | March 06, 2022 IST

ନୂଆଦିଲ୍ଲୀ,୦୬/୦୩: ଭାରତୀୟ କ୍ରିକେଟର ଋଦ୍ଧିମାନ ଶାହ ପୁଣି ଥରେ ବିବାଦରେ ଫସିଛନ୍ତି । ଦଳରୁ ବାଦ୍ ପଡିବା ପରେ ଜଣେ ସାମ୍ବାଦିକ ତାଙ୍କୁ ଧମକାଇଥିବା ସେ ଅଭିଯୋଗ କରିଥିଲେ । ଯାହା ପରେ ବିସିସିଆଇ ତଦନ୍ତ କରିଥିଲା ଓ ସେ ସାମ୍ବାଦିକଙ୍କ ନାଁ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକଜଣଙ୍କ ଶାହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବେ ବୋଲି କହିଛନ୍ତି ।

ସୂଚନାନୁସାରେ, ଇଣ୍ଟରଭ୍ୟୁ ନଦେବାରୁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ଅଭିଯୋଗ କରିଥିଲେ ଶାହା। ଶନିବାର ଘଟଣାର ସମସ୍ତ ସୂଚନା ଯାଞ୍ଚ କରୁଥିବା ବିସିସିଆଇ କମିଟିକୁ ଦେଇଥିଲେ ଶାହା। ଏହା ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ସେ କମିଟିକୁ ସମସ୍ତ ତଥ୍ୟ ଦେଇଛନ୍ତି।  ଅଧିକ କିଛି କହି ପାରିବେ ନାହିଁ। ବିସିସିଆଇ ବୈଠକ ବିଷୟରେ ବାହାରେ କୌଣସି ଆଲୋଚନା ନକରିବାକୁ କହିଛି। କାରଣ ବିସିସିଆଇ ହିଁ ସମସ୍ତ ପ୍ରଶ୍ନର ଉତ୍ତର ଦେବ ବୋଲି ଶାହା କହିଥିଲେ।

ବିସିସିଆଇ ଶାହାଙ୍କ ମାମଲାରେ ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ କରିଥିଲା। ଏହି କମିଟିରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଏବଂ ବିସିସିଆଇ ଶୀର୍ଷ ପରିଷଦ ସଦସ୍ୟ ପ୍ରଭତେଜ ସିଂହ ଭାଟିଆ ସାମିଲ୍ ଥିଲେ। କମିଟି ସାମ୍ନାରେ ଶାହା ନିଜର ସମସ୍ତ କଥା ଏବଂ ସାମ୍ବାଦିକଙ୍କ ନାଁ କହିଥିବା ମିଡିଆରେ କହିଛନ୍ତି ରାଜୀବ ଶୁକ୍ଳା।

ଘଟଣାକୁ ନେଇ ବିବାଦକୁ ଆସିଥିଲେ ସାମ୍ବାଦିକ ବୋରିଆ ମଜୁମଦାର । ସେ ଋଦ୍ଧିମାନଙ୍କୁ ଧମକ ଦେଇଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ବୋରିଆ  । ସେ କହିଛନ୍ତି ଯେ, ସମସ୍ତ ଅଭିଯୋଗ ମିଛ । ସେ ଶାହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବେ । ସବୁ କାହାଣୀର ଦୁଇଟି ଦିଗ ରହିଥାଏ । ଋଦ୍ଧିମାନ ହ୍ୱାଟସଆପ୍ ସ୍କ୍ରିନ୍ ସଟରେ ଟ୍ୟାମ୍ପରିଂ କରିଛନ୍ତି । ଏହାସହ ସତ୍ୟର ଜୟ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.