୨୦୨୨ରେ ଗୁଜରାଟ ଭୁଜ୍ ଜିଲ୍ଲାରେ ୨୨ ପାକିସ୍ତାନ ମତ୍ସ୍ୟଜୀବୀ ଓ ୭୯ ବୋଟ୍ ଜବତ କରିଛି ବିଏସ୍ଏଫ୍
2/01/2023 at 10:42 PM

ଗାନ୍ଧୀନଗର: ୨୨ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ସହ ୭୯ ମାଛଧରା ବୋଟ ଜବତ କଲା ଭାରତୀୟ ସେନା। ୨୦୨୨ରେ ଗୁଜରାଟର ଭୁଜ ଜିଲ୍ଲାରେ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଧରିଛି ଭାରତୀୟ ସେନା।
ଭାରତ-ପାକିସ୍ତାନର ୮୨୬ କିମିର ଜଳ ସୀମାକୁ ସୁରକ୍ଷା ଦେଉଛି ବିଏସ୍ଏଫ୍। ତାରି ଭିତରେ ଗୁଜରାଟର ୮୬ କିମି ଜଳ ସୀମା ମଧ୍ୟ ରହିଛି। ଏହାରି ଭିତରେ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ସୀମା ଉଲ୍ଲଂଘନ କରିବାରୁ ୨୨ ଜଣଙ୍କୁ ଗିରଫ କରିଛନ୍ତି ବିଏସ୍ଏଫ ଯବାନ। ଏଥିସହିତ ୫୦ ପକେଟ୍ ପାଖାପାଖି ୨୫୦ କୋଟି ଟଙ୍କାର ବ୍ରାଉନସୁଗାର ସହ ୨.୪୯ କୋଟି ଟଙ୍କା ମୂଲ୍ୟର ୬୧ ପ୍ୟାକେଟ୍ ଚରସ ଜବତ କରାଯାଇଛି।
ଭୁଜ ସେକ୍ଟର ହାରାମୀ ନଲ୍ଲାରେ ଏହି ଡଙ୍ଗାସବୁ ଜବତ କରାଯାଇଛି। ବାରମରରେ ୧୪ ପ୍ୟାକେଟ୍ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୭୦ କୋଟି ହେବ। ଆଣ୍ଟି ଟେରର ସ୍କୁଆଡ଼ ସହ ମିଳିତ ଅପରେସନରେ ଏହି ସଫଳତା ମିଳିଥିଲା। ତା ସହିତ ୧୨ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି।
ସେହିପରି ସୀମାପାର ବେଆଇନ କାର୍ଯ୍ୟକଳାପରେ ମଧ୍ୟ ବିଏସ୍ଏଫ୍ ୩୧ ଜଣଙ୍କୁ ଗରିଫ କରିଛି। ସେମାନଙ୍କ ମଧ୍ୟରୁ ୨୨ ଭାରତୀୟ ହୋଇଥିବା ବେଳେ ୪ ପାକିସ୍ତାନ, ବାଂଲାଦେଶରୁ ୨, ଓ କାନାଡ଼ର ୨ ନାଗରିକ ଗିରଫ ହୋଇଥିବା ବେଳେ ଜଣେ ରୋହିଙ୍ଗ୍ୟା ଗିରଫ ହୋଇଥିଲେ।