କୋଟିଆ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବିବୃତ୍ତି, କହିଲେ- ପଡୋଶୀ ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରାଯିବନି

Published By : Prameya-News7 Bureau | February 24, 2021 IST

ଭୁବନେଶ୍ୱର ୨୪।୦୨: ବିଧାନସଭାରେ ଉଠିଲା ସୀମାବିବାଦ ପ୍ରସଙ୍ଗ । ଏନେଇ ଗୃହରେ  ବିବୃତ୍ତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡ଼ୋଶୀ ଜିଲ୍ଲାର ସୀମା ଲାଗିରହିଛି। ବର୍ତ୍ତମାନ କୋରାପୁଟ ସହ ଅନ୍ୟ ୬ଟି ଜିଲ୍ଲାରେ ସିମାବିବାଦ ଲାଗିରହିଛି। ଏହି ସବୁ ଜିଲ୍ଲା ହେଲା ବାଲେଶ୍ୱର, ମୟୁରଭଞ୍ଜ, ଗଂଜାମ, ଗଜପତି, କେନ୍ଦୁଝର ଓ ନୂଆପଡା।

କୋଟିଆର ୨୧ଟି ପଂଚାୟତ ରାଜ୍ୟ ସରକାରଙ୍କ ଅଧୀନରେ ଅଛି। ପୂର୍ବରୁ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ନକରି ପଞ୍ଚାୟତ ପ୍ରେସିଡେଣ୍ଟ ଚୟନ କରୁଥିଲା। ଏବେ ଆନ୍ଧ୍ର ନିର୍ବାଚନ କରାଇଛି। ରାଜ୍ୟ ସରକାର ଏକଥା ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ସୁପ୍ରିମକୋର୍ଟ ୪ସପ୍ତାହ ସମୟ ମାଗିଛନ୍ତି। ଆନ୍ଧ୍ର ସରକାର କୋର୍ଟର ନିର୍ଦେଶକୁ ଅବମାନନା କରୁଥିବାରୁ ରାଜ୍ୟ ସରକାର ଅଦାଲତ ଅବମାନନା ଦାୟର କରିଛନ୍ତି।

ରାଜ୍ୟ ସରକାର କୋଟିଆର ଉନ୍ନୟନ ମୂଳକ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବାଲେଶ୍ଵର ଜିଲ୍ଲାର ସାହାବାଜପୁର ବିଲାସପୁର ଗୋପାଳପୁର ମାଁକଡ଼ିଆ କୁଅଁରପୁର ତୋଟାପଡା ବେହେରାସାହି ଆଦି କିଛି ଗାଁର ପଶ୍ଚିମବଙ୍ଗ ସୀମା ସହିତ ବିବାଦ ଲାଗିରହିଛି। ଓରସାକ ସହାୟତାରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି।

ସେହିପରି ମୟୁରଭଞ୍ଜ ଜିଲ୍ଲାର ୪ଟି ଗାଁର ସିମାବିବାଦ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଗଂଜାମ ଜିଲ୍ଲାରେ ଆନ୍ଧ୍ରପ୍ରଦେଶର ମଦନପୁର ଗାଁ ସହିତ ବିବାଦ ରହିଛି। ଗଜପତି ଜିଲ୍ଲା ସମେତ କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରେ ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଛି। କିନ୍ତୁ ପଡ଼ୋଶୀ ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରାଯିବନି ବୋଲି ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.