ନୂଆଦିଲ୍ଲୀ ୨୬।୦୭: ଅଶାନ୍ତ ହୋଇ ଉଠିଲା ଆସାମ-ମିଜୋରାମ ବର୍ଡର। ଦୁଇ ରାଜ୍ୟର ସୀମାରେ ସଂଘର୍ଷରେ ସ୍ଥିତି ଅଣାୟତ୍ତ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରାଣ ହରାଇଲେ ଛଅ ଆସାମ ପୋଲିସ। ଆନ୍ତଃରାଜ୍ୟ ସୀମା ଅନ୍ତର୍ଗତ ଛଛର ଜିଲ୍ଲାରେ ଉପଦ୍ରବୀଙ୍କ ଗୁଳିରେ ଆସାମ ପୋଲିସର ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ସୋମବାର କହିଛନ୍ତି ଯେ, ପଡୋଶୀ ରାଜ୍ୟ ସୀମାରେ ସୁରକ୍ଷା ବଳ ଏବଂ ସ୍ଥାନୀୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି।
ଦୁଇ ରାଜ୍ୟ ମଧ୍ୟରେ ଜାରି ବିବାଦର ସମାଧାନ କରିବାକୁ ଗୃହ ମନ୍ତ୍ରୀ ଅମିତ୍ ଶାହା ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏହି ଟ୍ଵିଟ୍ କରିଛନ୍ତି। ଆସାମ ଓ ମିଜୋରାମ ସରକାର ବିବାଦର ସମାଧାନ ସହ ଶାନ୍ତି ସ୍ଥାପନ ପାଇଁ ସହମତି ହୋଇଥିବା ସୂତ୍ରରୁ ପ୍ରକାଶ।
wp:html/wp:htmlI am deeply pained to inform that six brave jawans of @assampolice have sacrificed their lives while defending constitutional boundary of our state at the Assam-Mizoram border.
— Himanta Biswa Sarma (@himantabiswa) July 26, 2021
My heartfelt condolences to the bereaved families.
ଜୁନ ଶେଷ ଆଡୁ ମିଜୋରାମ-ଆସାମ ସୀମାରେ ତିକ୍ତତା ଜାରି ରହିଛି। ଆସାମ ପୋଲିସ ଭାୟରେଙ୍ଗଟେରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ସ୍ଥିତ ଏଟଲାଙ୍ଗ ହନାର ଅଞ୍ଚଳକୁ ଯେବେଠୁ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ତାରି ସୀମାକୁ ଆସାମ ଅନୁପ୍ରବେଶ କରୁଥିବା ମିଜୋରାମ ଯେବେଠୁ ଅଭିଯୋଗ କରିଛି, ସେହି ଦିନଠୁ ଦୁଇ ରାଜ୍ୟର ସୀମାରେ ଉତ୍ତେଜନା ଜାରି ରହିଛି। ଆଜି ଘଟିଥିବା ହିଂସାକୁ ନେଇ ମିଜୋରାମ ପୋଲିସର ଉପ ମହାନିରୀକ୍ଷକ ଲାଲବିୟାକଥାଙ୍ଗା ଖିୟାଙ୍ଗତେ କହିଛନ୍ତି, ଏହି ଘଟଣା ଅଶାନ୍ତ ଅଞ୍ଚଳ ଏଟଲାଙ୍ଗ ଧାରା ନିକଟରେ ରାତି ପ୍ରାୟ ସାଢେ ୧୧ଟାରେ ଘଟିଛି। ଏହି ଗାଁ ଭେରେଙ୍ଗଟେ କୃଷକଙ୍କ ଥିଲା। ଏହି ଗାଁ ଆସାମ ସୀମାରେ ଅବସ୍ଥିତ।
ଆସାମ ପକ୍ଷରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ଲାଠି, ରଡ୍ ଓ ରାଇଫଲ୍ ଧରି ଆସିଥିବା ଶତାଧିକ ଉପଦ୍ରବୀ ଲୈଲାପୁରରେ ଆସାମ ପୋଲିସର କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଉପାୟୁକ୍ତ କାର୍ଯ୍ୟାଳୟର ଗାଡି ସହିତ ଅନେକ ବାହାନ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଉପଦ୍ରବୀ ଆସାମ ପୋଲିସ ଉପରକୁ ଗୁଳି ମାଡ କରିଥିବା କୁହାଯାଉଛି। ହେଲେ ଏହାର ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ମାତ୍ର ଏବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଆସାମର ଛଅ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି।