scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କରୋନାର ଚତୁର୍ଥ ଲହରକୁ ନେଇ କହିଲେ ଡବ୍ଲୁଏଚଓ ମୁଖ୍ଯ ବୈଜ୍ଞାନିକ : ବୁଷ୍ଟର ଡୋଜ୍‌ ବହୁତ ଜରୁରୀ

13/06/2022 at 4:45 PM

ନୂଆଦିଲ୍ଲୀ ୧୩/୦୬ : କରୋନା ସଂକ୍ରମଣ ବର୍ତ୍ତମାନ ସୁଦ୍ଧା କମିନାହିଁ। ଏହା ପ୍ରତ୍ୟକ ୪ ରୁ ୬ମାସ ଭିତରେ ତାର କାୟା ବିସ୍ତାର କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମିନାଥନ କହିଛନ୍ତି ଯେ ସମସ୍ତ ଦେଶ ତାଙ୍କ ନାଗରିକମାନଙ୍କୁ କୋଭିଡ ଟୀକାର ବୁଷ୍ଟର ଡୋଜ୍‌ ଦେବା ନିହାତି ଆବଶ୍ୟକ। ସେ କହିଛନ୍ତି ବିଶେଷ ଭାବେ ଅଧିକ ବୟସର ଲୋକମାନଙ୍କୁ କୋଭିଡ୍‌ର ତୃତୀୟ ଡୋଜ୍‌ ଟୀକା ଦେବା ବହୁତ ଜରୁରି। ସେ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦେଇ କହିଛନ୍ତି ଆଇସିଏମଆର୍‌ର ପୂର୍ବତନ ମୁଖ୍ୟ କହିଛନ୍ତି ଯେଉଁ ଲୋକମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି ସେମାନଙ୍କ ପାଇଁ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଅଧିକ ରହିଛି।  

ସେ କହିଛନ୍ତି ପ୍ରତ୍ୟକ ୪ ରୁ ୬ ମାସ ଭିତରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭାରତରେ ଏବେ ଲଗାତାର ସଂକ୍ରମଣ ବଢ଼ିବାରେ ଲାଗିଛି। ଜୁନ୍‌ ମାସ ଆରମ୍ଭରୁ କରୋନା ସଂକ୍ରମଣ ଅଧିକ ହେଉଥିବା ଦେଖାଯାଉଛି। ଭାରତରେ ରବିବାର କରୋନାର ୮,୫୮୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏବେ ଭାରତରେ ୪୪,୫୧୩ଟି କୋଭିଡ ସକ୍ରିୟ ମାମଲା ରହିଛି। ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ଅନେକ କାରଣ ରହିଛି ବୋଲି ମୁଖ୍ୟ ବୈଜ୍ଞାନିକ କହିଛନ୍ତି।

ବୈଜ୍ଞାନିକ କହିଛନ୍ତି କରୋନାର ବିଏ ୪ ଓ ୫ ଭ୍ୟାରିଆଣ୍ଟର ସଂକ୍ରମଣ ଦୃତ ଗତିରେ ବଢ଼ୁଛି। ଏହା ଛଡ଼ା କରୋନା ସଂକ୍ରମଣ ବଢିବା ପଛରେ ଲୋକମାନଙ୍କ ବ୍ୟବହାର ମଧ୍ୟ ଦାୟୀ। ସଂକ୍ରମଣ କମିବା ଫଳରେ ଲୋକମାନେ କରୋନା ପାଇଁ ସଚେତନତା ଭୁଲିଗଲେ। ଏହା ଛଡ଼ା ଅଧିକ ସଂଖ୍ଯାରେ ଲୋକ ଏକାଠି ହୋଇ ବିଭିନ୍ନ କାର୍ଯ୍ୟକ୍ରମ କଲେ। ଲୋକମାନେ ମାସ୍କ ପିନ୍ଧିଲେ ନାହିଁ। ଏପରି ଭାବେ କରେନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲା। ଏପରି ପରିସ୍ଥିତିରେ କରୋନା ଟୀକା ତୃତୀୟ ଡୋଜର ଜରୁରି ଆବଶ୍ୟକତା ରହିଛି।    

ପରିସଂଖ୍ୟାନ ଅନୁସାରେ ୬୦ ବର୍ଷରୁ ଅଧିକ ୧୫ ପ୍ରତିଶତ ଲୋକମାନଙ୍କୁ ବୁଷ୍ଟର ଡୋଜ୍‌ ନେଇଛନ୍ତି। ସେହିପରି ୪୫ରୁ ୫୯ ବର୍ଷ ମଧ୍ୟରେ ୧ ପ୍ରତିଶତ ଲୋକମାନେ ବୁଷ୍ଟର ଡୋଜ୍‌ ନେଇଛନ୍ତି। ଅନ୍ୟପଟେ କିଛି ରାଜ୍ୟରେ ୧୮ ବର୍ଷରୁ ଅଧିକ ଲୋକମାନଙ୍କୁ ଅଧିକ ବୁଷ୍ଟର ଡୋଜ୍‌ ଦିଆଯାଇଛି। ଲଦାଖରେ ୩୧ ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ ୧୦ ପ୍ରତିଶତ, ଆଣ୍ଡାମାନ୍‌ ନିକୋବର୍‌ରେ ୯ ପ୍ରତିଶତ, ଲାକ୍ଷାଦ୍ୱିପ, ସିକ୍କିମ, ଓ ଦିଲ୍ଲୀରେ ପାଖାପାଖି ୮ ପ୍ରତିଶତ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆ ସରିଛି।

   Related Posts