WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫ ବର୍ଷ ପରେ ଶ୍ରୀଦେବୀଙ୍କ ମୃତ୍ୟୁର ଖୁଲାସା କଲେ ବୋନି, କହିଲେ-କେବେ ଭାବି ନଥିଲି…

3/10/2023 at 8:31 AM

ମୁମ୍ଵାଇ ୦୩।୧୦ :୨୦୧୮ ମସିହାରେ ବଲିଉଡର ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ତାଙ୍କର ଆକସ୍ମିକ ମୃତ୍ୟୁ କେବଳ ତାଙ୍କ ପରିବାର ନୁହେଁ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼  ଝଟକା ଠାରୁ କମ୍ ନଥିଲା।  ତାଙ୍କ ମୃତ୍ୟୁ ପରେ ସ୍ୱାମୀ ବୋନି କପୁର ବହୁତ ଭାଙ୍ଗି ପଡିଥିଲେ। ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ବର୍ତ୍ତମାନ ତାଙ୍କ ମୃତ୍ୟୁକୁ ୫ ବର୍ଷ ବିତିଗଲାଣି । ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତକୁ ନେଇ ବୋନି କପୁର ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରରେ ବୋନି କପୁର କହିଛନ୍ତି ଯେ ଶ୍ରୀଦେବୀ ଏକ ଷ୍ଟ୍ରିଟ୍‌ ଡାଏଟ୍‌ ଫଲୋ କରୁଥିଲେ ଯେଉଁଥିରେ ଲୁଣ ଅନ୍ତର୍ଭୁକ୍ତ ନଥିଲା। ଏହି କାରଣରୁ ସେ ବେଳେବେଳେ ଚେତାଶୁନ୍ୟ ହୋଇଯାଉଥିଲେ । , ‘ଏହା ଏକ ପ୍ରାକୃତିକ ମୃତ୍ୟୁ ନୁହେଁ, ଏହା ଏକ ଆକସ୍ମିକ ମୃତ୍ୟୁ। ମୁଁ ଏହା ବିଷୟରେ ନ କହିବା ପାଇଁ ନିଷ୍ପତ୍ତି ନେଇଥିଲି । ହେଲେ ଯେତେବେଳେ ମୋତେ ଯାଞ୍ଚ ଏବଂ ପଚରାଉଚରା କରାଯାଉଥିଲା ମୁଁ ପ୍ରାୟ ୨୪ କିମ୍ବା ୪୮ ଘଣ୍ଟା ଧରି ଏହା ବିଷୟରେ କହିଥିଲି । ବୋନି ତାଙ୍କ ନିରବତାର କାରଣ ପ୍ରକାଶ କରି କହିଛନ୍ତି ଯେ ତାଙ୍କୁ କର୍ତ୍ତୃପକ୍ଷ ଏହା କରିବାକୁ କହିଛନ୍ତି। କାରଣ ଭାରତୀୟ ଗଣମାଧ୍ୟମରୁ ବହୁତ ଚାପ ଥିଲା ।

ବୋନି କପୁର କହିଛନ୍ତି, ‘ମୁଁ ସମସ୍ତ ପରୀକ୍ଷା ଦେଇ ଗଲି, ଯେଉଁଥିରେ ମିଥ୍ୟା ଡିଟେକ୍ଟର ପରୀକ୍ଷା ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ଏବଂ ତା’ପରେ ଆସିଥିବା ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ଆକସ୍ମିକ ମୃତ୍ୟୁ। ଶ୍ରୀଦେବୀ  ସୁନ୍ଦର ଓ ଫିଟ୍‌ ଦେଖାଯିବାକୁ ପ୍ରାୟତଃ ଭୋକିଲା ରହୁଥିଲେ। ଯେବେ ଠାରୁ ସେ ମୋ ସହିତ ବିବାହ କରିଥିଲେ, ସେ ଅଳ୍ପ ସମୟରେ ବ୍ଲାକଆଉଟରେ ପୀଡ଼ିତ ଥିଲେ ଏବଂ ଡାକ୍ତରମାନେ କହିଥିଲେ ଯେ ତାଙ୍କର ନିମ୍ନ ରକ୍ତଚାପ ସମସ୍ୟା ଅଛି । ପରେ ଜାଣିବାକୁ ପାଇଲେ ଯେ ସେ ଏକ କଠିନ ଡାଏଟ୍‌କୁ ଫଲୋ କରୁଥିଲେ। ଶ୍ରୀଦେବୀଙ୍କ ରାତ୍ରୀ ଭୋଜନରେ ମଧ୍ୟ ସେ ଲୁଣ ବିନା ଖାଦ୍ୟ ଖାଉଥିଲେ। ସେ କହିଛନ୍ତି, ‘ଦୁର୍ଭାଗ୍ୟବଶତଃ ସେ ଏହାକୁ ଗମ୍ଭୀରତାର ସହ ନେଇ ନଥିଲେ ଏବଂ ସେ ମଧ୍ୟ ଭାବିଥିଲେ ଯେ ଏହା ଗମ୍ଭୀର ହୋଇପାରିବ ନାହିଁ।’

   Related Posts