Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଫଶିଛନ୍ତି ଶ୍ରମିକ, ଠିକାଦାର କବଳରୁ ଉଦ୍ଧାର ପାଇଁ କଲେ ଗୁହାରି

5/07/2022 at 1:26 PM

ଧର୍ମଗଡ ୫।୭: ଘରର ଆର୍ଥିକ ସ୍ଥିତି ସୁଧାରିବା ଏବଂ ରୋଜଗାର ପାଇବା ଆଶାରେ ନିଜ ଗାଁ ଛାଡି ଯାଇଥିଲେ ଅନ୍ୟ ରାଜ୍ୟକୁ । ସେଠାରେ ଅନେକ ନିର୍ଯାତନା ପାଇବା ପରେ ଉଦ୍ଧାର ପାଇଁ ଗୁହାରି କରିଛନ୍ତି ଦାଦନ ଶ୍ରମିକ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ବେହେରାଗୁଡା ଏବଂ ରଏନଗୁଡାର ଅନେକ ପରିବାର ତେଲଙ୍ଗାନାର ଏକ ଇଟା ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଯାଇଥିଲେ । ତାଙ୍କ ସହିତ ବଲାଙ୍ଗୀର, ନୂଆପଡାର ଅନେକ ଦାଦନ ଶ୍ରମିକମାନେ ମଧ୍ୟ ରହିଥିବା ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଲାର ବେଣୁ ଦାସ ନାମକ ଜଣେ ଠିକାଦାର ଏହି ଦାଦନ ଶ୍ରମିକମାନଙ୍କୁ ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର କବାଡିପଲ୍ଲୀ ଗାଁର ଏକ ଇଟା ଫ୍ୟାକ୍ଟ୍ରିରେ କାମ କରେଇବା ପାଇଁ ନେଇ ଯାଇଥିଲା ।

ପ୍ରଥମେ ସବୁ ଠିକ ଠାକ ଥିଲା । ପରେ ପାରିଶ୍ରମିକ ମାଗିବା ପରେ ଜୁଲମ ଆରମ୍ଭ ହୋଇଯାଇଥିଲା l ଠିକାଦାର କାମ କରିବା ପାଇଁ ଜୋର ଜବରଦସ୍ତି କରୁଥିଲା ଏବଂ କାମ ନ କଲେ ଅନେକ ନିର୍ଯାତନା ସହିବା ପରେ ଶ୍ରମିକମାନେ ଭିଡ଼ିଓ କରି ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି । ଦାଦନ ଶ୍ରମିକମାନେ ଗାଁକୁ ଫେରିବା ପାଇଁ ଅନେକ ଚେଷ୍ଟା କରିଥିଲେ ବି ଠିକାଦାର ତାଙ୍କୁ ସେଠି ବନ୍ଦୀ କରି ରଖିଥିବା ଏକ ଭିଡ଼ିଓ କରି ନିଜ ପରିବାରକୁ ପଠାଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଭିଡ଼ିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି ।

   Related Posts