୧୨ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଅଟକ

Published By : Prameya-News7 Bureau | December 04, 2023 IST

କଣ୍ଟାବାଞ୍ଜି ୪।୧୨: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୧୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ଉଦ୍ଧାର ଶ୍ରମିକ ମାନେ ହେଲେ ମୁରିବାହାଲ ଥାନା ଖର୍ଜୁରୀ ଗାଁର ।

ସୂଚନାଯୋଗ୍ୟ ଯେ, ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୧୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ଉଦ୍ଧାର ଶ୍ରମିକ ମାନେ ହେଲେ ମୁରିବାହାଲ ଥାନା ଖର୍ଜୁରୀ ଗାଁର । ଶ୍ରମିକ ମାନଙ୍କୁ ଡ଼କରା ଗାଁର ଦାଦନ ସର୍ଦାର ଭୁବନ ଏକ ଓମିନି ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ନେଉଥିଲା । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଟୁଅନକା ଗାଁ ପାଖରେ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜାପାରିଥିଲା । ଶ୍ରମିକମାନଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ବେଳେ ଗାଡି ଜବତ କରି ଦାଦନ ସର୍ଦାର, ଗାଡି ଡ୍ରାଇଭର ସହ ଅନ୍ୟ ଜଣଙ୍କୁ ଅଟକ ରଖାଯାଇଛି ।

You Can Read :

wp:embed {"url":"https://www.prameyanews7.com/honey-bee-attack-father-and-son-injured-in-keonjhar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/honey-bee-attack-father-and-son-injured-in-keonjhar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.