ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର

Published By : Prameya-News7 Bureau | December 02, 2020 IST

କଣ୍ଟାବାଞ୍ଝି ୨।୧୨: ୭୪ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଖବର ପାଇ କଣ୍ଟାବାଞ୍ଝି ପୋଲିସ, ଜିଆରପି ସହାୟତାରେ କଣ୍ଟାବାଞ୍ଝି ରେଳ ଷ୍ଟେସନରୁ ୭୪ ଦାଦାନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଦାଦନ ଶ୍ରମିକମାନଙ୍କ ମଧ୍ୟରେ ୪୨ ଜଣ ପୁରୁଷ, ୩୨ ଜଣ ମହିଳା ଥିବାବେଳେ ଏମାନଙ୍କ ମଧ୍ୟରେ ୧୩ ଜଣ ଶିଶୁ ଅଛନ୍ତି । ଦାଦନ ଶ୍ରମିକମାନେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେଇକେଲା ବ୍ଲକର ବିଭିନ୍ନ ଅଞ୍ଚଳ ସହ କଳାହାଣ୍ଡି ଗୋଳାମୁଣ୍ଡା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।

{"id":371139,"sizeSlug":"large"}

ଉଦ୍ଧାର ଦାଦନ ଶ୍ରମିକମାନେ ଦାଦନ ସର୍ଦାରଠାରୁ ମୁଣ୍ଡା ପିଛା ୩୦ହଜାର ଲେଖାଏଁ ଅଗ୍ରିମ ନେଇ ବିଶାଖାପାଟଣାକୁ ଟ୍ରେନ ଯୋଗେ ଯିବାର ଥିଲା । ସେହି ସମୟରେ ପୋଲିସ ଏମାନଙ୍କୁ ଉଦ୍ଧାର କରିଛି । ଦାଦନ ଶ୍ରମିକମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇଦ୍ବାବାଦର ଏକ ଇଟାଭାଟିକୁ ଯିବାକୁ ଥିବା ଜଣାପଡିଛି । କଣ୍ଟାବାଞ୍ଝି ତହସିଲଦାର ଅଶୋକ କୁମାର ମାଝୀ ଉଦ୍ଧାର ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.