scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫେଲ୍‌ ମାରିଲା ବିଜେପି ଚାଲ୍, ଚର୍ଚ୍ଚିତ ନେତା ଓ ନିର୍ବାଚନ ମଣ୍ଡଳୀରେ କିଏ ହାରିଲା ଓ କିଏ ଜିତିଲା ?

13/05/2023 at 6:22 PM

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଏକପ୍ରକାର ସାମ୍ନାକୁ ଆସି ସାରିଛି। ମ୍ୟାଜିକ୍ ନମ୍ବର ଅତିକ୍ରମ କରି ୧୩୭ ରନ୍‌ରେ ଆଗୁଆ ରହିଛି କଂଗ୍ରେସ। ସେପଟେ ବିଜେପି ମାତ୍ର ୬୪ ଆସନରେ ଆଗୁଆ ରହିଛି। ପୂର୍ବ ନିର୍ଦ୍ଦେଶ ଅନୁସାରେ ଆଜି ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଥିଲା।

କର୍ଣ୍ଣାଟକ ନିର୍ବାଚନ ଓ ମ୍ୟାଜିକ୍ ନମ୍ବର

ରାଜ୍ୟରେ ବିଜେପି, କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମୋଟ ଆସନ ୨୨୪ରୁ ସରକାର ଗଢ଼ିବାକୁ ହେଲେ ମ୍ୟାଜିକ ନମ୍ବର ୧୧୩ ରଥିବା ଦରକାର। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ କଂଗ୍ରେସ ମ୍ୟାଜିକ ନମ୍ବର ଅତିକ୍ରମ କରି ୧୧୪ ଆସନରେ ବିଜୟୀ ହୋଇସାରିଛି।

ତେବେ ଏହି ବିଜୟରେ ସେତେଟା ଆଶ୍ଚର୍ଯ୍ୟ ହେବା କଥା ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି। କାରଣ କର୍ଣ୍ଣାଟକରେ ୧୯୮୫ ମସିହା ଠାରୁ କୌଣସି ବି ସରକାର ଲଗାତର ଦୁଇଥର ସରକାର ଗଠନ କରି ନାହାନ୍ତି। ତେଣୁ ଏଥର ବି ସେୟା ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ କଂଗ୍ରେସକୁ ମୁସଲମାନ ଭୋଟ୍ ହାତେଇବାର ସହଯୋଗ ହୋଇଛି ବିଶେଷଜ୍ଞ କହୁଛନ୍ତି।

Bommai: BS Yediyurappa in BJP's Karnataka campaign panel, Basavaraj Bommai  to lead team | Bengaluru News - Times of India

ବିଜେପିର ଚାଲ୍ ଫେଲ୍, କାମ ଦେଲାନି ଲିଙ୍ଗାୟତ ଓ ଭୋକାଲିଗା ତୁଷ୍ଟିକରଣ

ତେବେ ଏହି ନିର୍ବାଚନ ବିଜେପି ୫୦ ଜଣ ନୂଆ ମୁହଁକୁ ଟିକେଟ୍ ଦେଇଥିଲା। ଏଥିରେ ଦଳର ଅନେକ ବରିଷ୍ଠ ନେତାଙ୍କ ଟିକେଟ୍ କଟିଥିଲା। ଯଥା ଲକ୍ଷ୍ମଣ ସାବଦୀ ଓ ଟାଣୁଆ ଲିଙ୍ଗାୟତ ନେତା ଜଗଦିଶ ଶେତ୍ତାର। ଟିକେଟ୍‌ କଟିବାରୁ ଏମାନେ କଂଗ୍ରେସରେ ଯୋଗ ଦେଇଥିଲେ।    

ଏପଟେ ରାଜ୍ୟର ମୋଟ ଜନସଂଖ୍ୟାରେ ଲିଙ୍ଗାୟତ ଓ ଭୋକ୍କାଲିଗା ସମ୍ପ୍ରଦାୟର ଭୋଟ୍ ଶେୟାର ଅଧିକ ରହୁଛି। ଲିଙ୍ଗାୟତର ୧୭ ପ୍ରତିଶତ ଭୋଟ୍‌ ପ୍ରତିଶତ ରହିଥିଲେ ବି ଭୋକାଲିଗାରେ ୧୧ ପ୍ରତିଶତ ରହୁଛି। ତେଣୁ ଏହି ଦୁଇ ସମ୍ପ୍ରଦାୟ ନିର୍ବଚାନରେ ମୁଖ୍ୟ ଭୂମିକ ନିର୍ବାହ କରିଛନ୍ତି। ବିଜେପି ଏହି ଦୁଇ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲା। ମୁସଲମାନ କୋଟା କାଟି ଉଭୟ ସମ୍ପ୍ରଦାୟକୁ ଦୁଇ ପ୍ରତିଶତ ଲେଖାଏ ସଂରକ୍ଷଣ ଦେଇଥିଲା। ତଥାପି ରାଜ୍ୟରେ ଫେଲ୍ ମାରିଛି ବିଜେପି।

ଚର୍ଚ୍ଚିତ ନେତା ଓ ନିର୍ବାଚନ ମଣ୍ଡଳୀ, କିଏ ହାରିଲା ଓ କିଏ ଜିତିଲା ?

ଆଜିର ଭୋଟ ଗଣତିରେ ଚର୍ଚ୍ଚାରେ ରହିଥିଲା ହୁବ୍ଲି ଦାରୱାଦ, ବରୁଣା କନକପୁରା, ଶିଗାଓଁ,ଚନ୍ନାପଟନମ, ଶିକାରୀପୁରା, ଛିତ୍ତପୁର, ରାମନାଗର ଓ ଚିକମାଗାଲୌର। ଶିଗାଓଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ବିଜେପିର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ଏହି ଆସନରୁ ସେ ୩୬ ହଜାର ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ପ୍ରାର୍ଥୀ ପଠାନ ୟାସିରଙ୍କୁ ମାତ୍ର ୬୩,୭୩୨ ଭୋଟ ବାଇଥିବା ବେଳେ ବୋମାଇଙ୍କୁ ମିଳିଛି ୯୯,୦୭୦ ଭୋଟ୍

ବରୁଣା ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ଟାଣୁଆ ନେତା ସିଦ୍ଧରମେୟା ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ସିଦ୍ଧରମେୟା ବିଜେପି ପ୍ରାର୍ଥୀ ସୋମନ୍ନା ଠାରୁ ୪୬ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସିଦ୍ଧରମେୟାଙ୍କୁ ୧୧୯୮୧୬ ଭୋଟ ମିଳିଥିବା ବେଳେ ସୋମନ୍ନାଙ୍କୁ ମିଳିଛି ମାତ୍ର ୭୩୬୫୩ ଭୋଟ୍।  

Cong president's son Priyank Kharge wins from Chittapur for third time in  row | Deccan Herald
ପ୍ରିୟଙ୍କ ଖଡ଼ଗେ

ସେହିପରି କନକପୁରା ନିର୍ବାଚନ ମଣ୍ଡଳିରୁ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ବିଜେପି ଠାରୁ ଲକ୍ଷାଧିକ ଭୋଟ୍‌ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛନ୍ତି। ଶିବକୁମାରଙ୍କୁ ୧୪୨,୧୫୬ ଭୋଟ୍ ମିଳିଥିବା ବେଳେ ଜେଡିୟୁର ବି ନାଗରାଜୁଙ୍କୁ ୨୦,୫୬୧ ଭୋଟ ଓ ବିଜେପିର ଆର୍‌ ଅଶୋକଙ୍କୁ ମିଳିଛି ମାତ୍ର ୧୯,୬୦୨ ଭୋଟ୍। ଡି.କେ ଶିବକୁମାର କନକପୁରା ନିର୍ବାଚନ ମଣ୍ଡଳିରୁ ୮ ଥର ନିର୍ବାଚନ ଜିତିଲେଣି। ତାଙ୍କୁ ଏଠାକାର କନକପୁରା ରକ୍ ବୋଲି କୁହାଯାଏ। ସେ ୧୯୮୯ ମସିହାରୁ ଏଠାରୁ ଜିତି ଆସୁଛନ୍ତି।

ସେହିପରି ହୁବଲୀ ଦାରୱାଦରୁ ଟିକେଟ୍ ନମିଳିବାରୁ ବିଜେପିରୁ ବିଦ୍ରୋହ କରି କଂଗ୍ରେସରେ ମିଶିଥିବା ଜଗଦିଶ ଶେତ୍ତାର ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି। ମହେଶ ତେଙ୍ଗିଙ୍କାଇ ଶେତ୍ତାରଙ୍କ ଠାରୁ ୩୫ ହଜାର ଭୋଟ୍‌ରେ ବିଜୀୟ ହୋଇଛନ୍ତି।

ସେହିପରି ଚନ୍ନାପାଟନା ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ୁଥିବା ଏଚ୍‌ଡି କୁମାର ସ୍ୱାମୀ ବିଜେପିର ସିପି ଯୋଗେଶ୍ୱାରଙ୍କ ଠାରୁ ୧୫,୯୧୫ ଭୋଟ ବ୍ୟବଧାନରେ ବିଜୀୟ ହୋଇଛନ୍ତି। ଏଠି କଂଗ୍ରେସର ଗଙ୍ଗାଧର ଏସ୍‌ ଅତି ଖରାପ ପ୍ରଦର୍ଶନ କରିଛନ୍ତି।

ಫಲಿಸದ ತಾಯಿಯ ಕ್ಷೇತ್ರ ತ್ಯಾಗ: ತಂದೆಯ ಭದ್ರಕೋಟೆಯಲ್ಲೇ ಸೋತ ಮಗ; ಎಲ್ಲಿಯೂ ಸಲ್ಲದ ನಿಖಿಲ್  ಕುಮಾರಸ್ವಾಮಿ!- Kannada Prabha
ଏଟ୍‌ ଡି କୁମାର ସ୍ୱାମୀଙ୍କ ପୁଅ ନିଖିଲ କୁମାର ସ୍ୱାମୀ

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ଚିତ୍ତପୁର ନିର୍ବାଚନ ମଣ୍ଡଳୀରୁ ୧୩,୬୪୦ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେପିର ମଣିକାନ୍ତ ରାଠୋଡ଼ଙ୍କୁ ପରାସ୍ତ କରିଛନ୍ତି। ଖଡ଼ଗେଙ୍କୁ ୮୧,୦୮୮ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୬୭, ୪୫୦ ଭୋଟ୍ ମିଳିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତୀ ନିଖିଲ କୁମାରସ୍ୱାମୀ କଂଗ୍ରେସର ପୁରୁଣା ନେତା ଏଚ୍‌ଏ ଇକ୍‌ବାଲ ହୁସେନ୍‌ଙ୍କ ଠାରୁ ୧୦ ହଜାର ଭୋଟ୍‌ରୁ ହାରିଛନ୍ତି। ତେବେ ୟେଦୁରାପ୍ପାଙ୍କ ପୁଅ ବିୱା ବିଜୟେନ୍ଦ୍ର ଶିକାରୀପୁରା ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଜିତିଛନ୍ତି। ବାପାଙ୍କ ଗଡ଼ ଶିକାରୀପୁରାରେ ବିଜୟେନ୍ଦ୍ରଙ୍କୁ ୮୧,୦୧୫ ଭୋଟ୍ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ନାଗରାଜ ଗୌଡ଼ା ଏସ୍‌ପିଙ୍କୁ ୧୦ ହଜାର ଭୋଟ୍‌ରେ ପରାସ୍ତ କରିଛନ୍ତି।

   Related Posts