Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ କିଏ ହେବେ ବିରୋଧୀ ଦଳ ନେତା ? ୟେଦିୟୁରପ୍ପାଙ୍କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋମ୍ମଇ

2/06/2023 at 7:06 PM

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଆଲୋଚନା ଏପରି ସମୟରେ ହୋଇଛି, ଯେତେବେଳେ ଦଳ ଭିତରେ ବିରୋଧୀ ନେତା କିଏ ହେବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।

କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ବିରୋଧୀ ଦଳ ଆସନ ବସାଇଥିଲେ ରାଜ୍ୟର ଜନତା । ତେବେ ବର୍ତ୍ତମାନ ସୁଦ୍ଧା ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ବିଜେପି କୌଣସି ନିଷ୍ପତ୍ତି ନେଇ ନାହିଁ । ଗତ ମଇ ୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରିମାଣ ଆସିଥିଲା ।

ପଢନ୍ତୁ: କର୍ଣ୍ଣାଟକରେ କଂଗ୍ରେସ୍‌କୁ ଜିତାଇଥିବା ସୁନୀଲ କାନୁଗୋଲୁଙ୍କୁ ମିଳିଲା ପୁରସ୍କାର, ଦିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଏହା ପୂର୍ବରୁ ବସଭରାଜ ବୋମ୍ମାଇ ମେ ୨୯ରେ କଂଗ୍ରେସ ସରକାରକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ କଂଗ୍ରେସ ନିର୍ବାଚନ ସମୟରେ ଦେଇଥିବା ପାଞ୍ଚ ଗ୍ୟାରେଣ୍ଟିର କ୍ରିୟାନ୍ୱୟନକୁ ନେଇ ଜନତାଙ୍କୁ ଧୋକା ଦେଇଛି । ଉଲ୍ଲେଖଯୋଗ୍ୟ ଯେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିଥିଲା । ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ୧୩୫ ଆସନ ମିଳିଥିଲା । ଅନ୍ୟପଟେ ବିଜେପିକୁ ୬୬ ଏବଂ ଜେଡିଏସକୁ ୧୯ ଆସନ ମିଳିଥିଲା ।

READ ALSO: ଜୁନ୍ ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ୨୨ରେ ବିଜେପି ସଭାପତି ଜେପି ନଡ୍ଡା

   Related Posts