suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବମିଖାଲ ଫ୍ଲାଏଓଭର ଦୁର୍ଘଟଣା ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ

10/05/2018 at 11:38 AM

୩ ଜଣିଆ କମିଟି ୨୫ ପୃଷ୍ଠାର ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି | ରିପୋର୍ଟରେ ବିଭିନ୍ନ ଦିଗ ସମ୍ପର୍କରେ ଉଲ୍ଲେଖ ରହିଛି |
ସମ୍ପୃକ୍ତ ସଂସ୍ଥା ଯେଉଁ କାମ ପାଇଁ ଯେଉଁ ଶ୍ରମିକ ଆବଶ୍ୟକ ସେ ଶ୍ରମିକଙ୍କୁ ଲଗାଇନଥିଲା | ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା | ଏପରିକି ରଡ ବାନ୍ଧିବା ସମୟରେ ଯାଞ୍ଚ ପାଇଁ ପୂର୍ତ୍ତ ବିଭାଗକୁ ଚିଠି ଲେଖିବା କଥା କିନ୍ତୁ ତାହା ମଧ୍ୟ ସଂସ୍ଥା କରିନଥିଲା |
ଗତକାଲିଠାରୁ ବମିଖାଲ ଓ ଲିଙ୍ଗରାଜ ଫ୍ଲାଏଓଭର କାମ ହାତକୁ ନେଇଛନ୍ତି ନିଜେ ରାଜ୍ୟ ସରକାର | କାମ ସରିବା ପରେ ଥାର୍ଡ ପାର୍ଟି ଯାଞ୍ଚ କରିବ | ଯାଞ୍ଚ ପରେ ଫ୍ଲାଏଓଭର ଉଦ୍ଘାଟନ ହେବା ବୋଲି ମନ୍ତ୍ରୀ ଓ ସଚିବ କହିଛନ୍ତି | ଆସନ୍ତାକାଲିଠାରୁ ବମିଖାଲ ଫ୍ଲାଏଓଭରର କାମ ଆରମ୍ଭ ହେବ | ଯେଉଁ ସରକାରୀ କର୍ମଚାରୀ ଫ୍ଲାଏଓଭର କାମ ଦାୟିତ୍ବରେ ଥିଲେ , ସେମାନଙ୍କୁ କୈଫତ ତଲବ କରିବେ ସରକାର |
ଲିଙ୍ଗରାଜ ଓଭରବ୍ରିଜର ଦୁଇଟି ସ୍ପାନ୍ର ଛାତ ପଡିବା ବାକି ଅଛି | ଏହି ରାସ୍ତା କାମ ଖୁବଶୀଘ୍ର ସରିବ |
ସମ୍ବଲପୁର ଓ ଜଟଣୀ ଫ୍ଲାଏଓଭର କାମରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେନେଇ ସରକାର ପଦକ୍ଷେପ ନେବେ
ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସୂଚନା |

Leave a Reply

   Related Posts