ସକାଳୁ ସକାଳୁ ଥରିଲା ରାଜଧାନୀ, ସ୍କର୍ପିଓକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | May 27, 2024 IST

ଭୁବନେଶ୍ୱର ୨୭।୦୫ : ରାଜଧାନୀରେ ବୋମାମାଡ଼। ସୋମବାର ସକାଳୁ ସକାଳୁ ଖଣ୍ଡଗିରି ଥାନା ଏୟାରପୋର୍ଟ ପଛ ରାସ୍ତାରେ ଏହି ବୋମାମାଡ଼ ଘଟିଛି । ଏହି ବୋମାମାଡ଼ରେ ସ୍କର୍ପିଓଟି ଭାଙ୍ଗି ଚୁର୍‌ମାର ହୋଇଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ସୋମବାର ସକାଳୁ ସକାଳୁ ଖଣ୍ଡିଗିରି ଥାନା ଏୟାରପୋର୍ଟ ପଛପଟ ରାସ୍ତାରେ ବୋମାମାଡ଼ ହୋଇଛି । ଏହି ବୋମାମାଡ଼ରେ ଏକ ସ୍କର୍ପିଓଟି ଭାଙ୍ଗି ଚୁର୍‌ମାର ହୋଇଛି । ତେବେ ଭାଙ୍ଗିଥିବା ଗାଡିଟି ନୟାପଲ୍ଲୀ ରାଜେଶ ସାମନ୍ତସିଂହାରଙ୍କ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । 

ସେପଟେ ଏହି ବୋମାମାଡ଼ ସଂପର୍କରେ ଘଟଣାସ୍ଥଳରୁ କାହାକୁ ଗିରଫ କରିନି ଖଣ୍ଡଗିରି ପୋଲିସ । ଗାଡି କିଏ ଚଳାଉଥିଲା । ଆଉ କିଏ ବୋମାମାଡ଼ କରିଛି । ଏ ସଂପର୍କରେ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.