Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ରାଜଧାନୀର ପାତ୍ରପଡାରେ ବୋମାମାଡ ; ସାଧାରଣଲୋକେ ଆତଙ୍କିତ

11/01/2019 at 1:41 PM

ଭୁବନେଶ୍ବର ୧୧|୧:  ରାଜଧାନୀରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗିଛି । କେଉଁଠି ରାତିରେ ଲୁଟେରାମାନେ ଲୋକଙ୍କୁ ଆକ୍ରମଣ କରି ମୂଲ୍ୟବାନ ଜିନିଷ ଲୁଟି ନେଉଥିବାବେଳେ କେଉଁଠି ବୋମା ମାଡ ଲୋକଙ୍କୁ ଆତଙ୍କିତ କରୁଛି । ଗତକାଲି ରାତିରେ ପାତ୍ରପଡା ଗାଁରେ ଫୁଟିଛି ଦୁଇ ଦୁଇଟି ବୋମା । ଶୀତ ରାତିରେ ସମସ୍ତେ ଘରେ ଶୋଇଥିବାବେଳେ ମଟରସାଇକେଲରେ ତିନିଜଣ ଯୁବକ ଆସି ପାତ୍ରପଡାର ଅଜୟ ରାଉତଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ବୋମାମାଡ ପରେ ସଂପୃକ୍ତ ଘର ମାଲିକ ଭୟଭୀତ ହୋଇ କିଛି ସମୟ ଘରୁ ପଦାକୁ ବାହାରି ନଥିଲେ । ତେବେ ବୋମାମାଡ ହେବାର ପ୍ରାୟ ଅଧଘଣ୍ଟା ପରେ ସେ ପଦାକୁ ବାହାରି  ଦେଖିଲା ବେଳକୁ ଘଟଣାସ୍ଥଳରେ କେହି ନଥିଲେ ।

ଘର ମାଲିକ ଖଣ୍ଡଗିରି ପୋଲିସ ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ବୋମାରେ ବ୍ୟବହୃତ ସୁତୁଲି, କାଚଗୁଣ୍ଡ ଆଦି  ପୋଲିସ ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ଏଭଳି ବୋମାମାଡ କରିଥିବା ଆଲୋଚନା ହେଉଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ  ସୃଷ୍ଟି କରିବା ପାଇଁ ମଧ୍ୟ ଏଭଳି କରାଯାଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍ ଜବତ କରିଛି । ଫୁଟେଜରେ ତିନିଜଣ ଦୁର୍ବୃତ୍ତ ଆସି ବୋମାମାଡ କରୁଥିବା ସ୍ପଷ୍ଟ ଜଣାପଡୁଛି । ସିସିଟିଭି ଫୁଟେଜ୍ ଜବତ କରିବା ପରେ ଦୁର୍ବୃତ୍ତମାନେ ଶୀଘ୍ର ଧରାପଡିବେ ବୋଲି ପୋଲିସ ଆଶା ବାନ୍ଧିଛି ।

ଦିନକୁ ଦିନ ଭୁବନେଶ୍ବରରେ ଅପରାଧ ବୃଦ୍ଧି ପାଉଥିବାକୁ ଭୁବନେଶ୍ବରକୁ ଦୁଇଟି ଅର୍ବାନ ପୋଲିସ ଜିଲ୍ଲାରେ ବିଭକ୍ତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଖୋଦ୍ ରାଜଧାନୀରେ ଯଦି ଅପରାଧ ନିୟନ୍ତ୍ରଣ କରିବା କ୍ଷେତ୍ରରେ ପୋଲିସ ଅସଫଳ ରହେ ତାହେଲେ ବିଭାଗର ଦକ୍ଷତା ନେଇ ପ୍ରଶ୍ନ ଉଠିବ । ତମାଣ୍ଡୋ, ପାତ୍ରପଡା, ଚନ୍ଦକା ଏବଂ ଆଖାପାଖ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଦିନକୁ ଦିନ ଅପରାଧ ପ୍ରବଣ ହେବାରେ ଲାଗିଛି । ବିଶେଷ କରି ଜମି ଦଲାଲି, କଣ୍ଟ୍ରାକ୍ଟ୍ରି, ମୋରମ ଖନନ, କ୍ରସର ଆଦି କାର୍ଯ୍ୟ ଯୋଗୁଁ  ଦାଦାଗିରି ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।

   Related Posts