‘ସିଙ୍ଘମ୍ ଭଳି ଫିଲ୍ମ ଭୟଙ୍କର ବାର୍ତ୍ତା ଦେଉଛନ୍ତି’, ବମ୍ବେ ହାଇକୋର୍ଟ ବିଚାରପତିଙ୍କ ବଡ଼ ବୟାନ
23/09/2023 at 6:40 PM

ମୁମ୍ବାଇ: ଫିଲ୍ମରେ ଦେଖାଯାଉଥିବା ପୋଲିସ୍ଙ୍କ ହିରୋ ଛବିକୁ ଆଲୋଚନା କରିଛନ୍ତି ବମ୍ବେ ହାଇକୋର୍ଟ ବିଚାରପତି ଗୌତମ ପଟେଲ। ସେ କହିଛନ୍ତି ଏଭଳି ଫିଲ୍ମ ଭୟଙ୍କର ସନ୍ଦେଶ ଦେଉଛି। ସେ କହିଛନ୍ତି ଏଭଳି ଫିଲ୍ମ ନ୍ୟାୟିକ ପ୍ରକ୍ରିୟାର ପାଳନ ନକରି ସଙ୍ଗେ ସଙ୍ଗେ ନ୍ୟାୟ ଦେବା ପ୍ରକୃତିକୁ ପ୍ରବର୍ତ୍ତାଉଛି। ଭାରତୀୟ ପୋଲିସ୍ ଫାଉଣ୍ଡେସନ ଦ୍ବାରା ବାର୍ଷିକ ଦିବସ ଏବଂ ପୋଲିସ୍ ସୁଧାର ଦିବସ ଅବସରରେ ଆୟୋଜିତ ଏକ ସମାରୋହ ସମୟରେ ସେ ଏଭଳି କହିଛନ୍ତି।
ଜଷ୍ଟିସ୍ ଗୌତମ ପଟେଲ କହିଛନ୍ତି, ‘‘ଫିଲ୍ମରେ ପୋଲିସ୍ ଜଜ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଥିବାର ଦେଖାଯାଉଛି । ସେହିଭଳି ବିଚାରପତିଙ୍କୁ ଭୟାଳୁ, ମୋଟା ଚଷମା ପିନ୍ଧା ଏବଂ ସବୁବବେଳେ ବହୁତ ଖରାପ କପଡ଼ା ପିନ୍ଧିଥିବାର ଦେଖାଯାଉଛି। ଫିଲ୍ମରେ ପୋଲିସ୍, ଅଦାଲତ ଦୋଷୀଙ୍କୁ ଛାଡ଼ି ଦେବାର ଅଭିଯୋଗ ଲଗାଉଛନ୍ତି ଏବଂ ଫିଲ୍ମରେ ହିରୋ ପୋଲିସ୍କର୍ମୀ ଏକା ନ୍ୟାୟ କରିଥାଏ। ଜଷ୍ଟିସ୍ ପଟେଲ କହିଛନ୍ତି ‘ଯଦି ନ୍ୟାୟିକ ପ୍ରକ୍ରିୟାକୁ ଏଭଳି ସର୍ଟକର୍ଟ ଉପାୟରେ ଛାଡ଼ି ଦିଆଯାଏ ତେବେ ଏହାଦ୍ବାରା ଆମେ ଆଇନ୍ ଶାସନକୁ ନଷ୍ଟ କରିଦେବ।’
ଆହୁରି ପଢ଼ନ୍ତୁ: ଲେଡି ସିଙ୍ଘମ୍ ହେବେ ଦୀପିକା, ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ହେଲେ ସାମିଲ୍
ଜଷ୍ଟିସ୍ ପଟେଲ କହିଛନ୍ତି ‘ ଲୋକେ ଭାବୁଛନ୍ତି କୋର୍ଟ ନିଜ କାମ କରୁନାହାଁନ୍ତି ଆଉ ପୋଲିସ୍ ପଦକ୍ଷେପ ନେଲେ ସେମାନେ ଖୁସି ହେଉଛନ୍ତି। ଆଉ ଏମିତିରେ ଯଦି ଦୁଷ୍କର୍ମ ଅଭିଯୁକ୍ତର ଏନକାଉଣ୍ଟରରେ ମୃତ୍ୟୁ ହୋଉଛି ତେବେ ଲୋକେ ଭାବୁଛନ୍ତି ଯେ, ନ୍ୟାୟ ହୋଇଗଲା ଏବଂ ଲୋକେ ଖୁସି ହେଉଛନ୍ତି।
ଜଷ୍ଟିସ୍ ପଟେଲ କହିଛନ୍ତି ଖାସ୍କରି ସିଙ୍ଘମ ଫିଲ୍ମର ଶେଷରେ ପୂରା ପୋଲିସ୍ ଫୋର୍ସ ରାଜନେତା ହୋଇଥିବା ପ୍ରକାଶ ରାଜଙ୍କୁ ଘେରୁଛନ୍ତି। ଆଉ ଏମିତି ନ୍ୟାୟ ହେଉଛି। ‘‘ କିନ୍ତୁ ମୁଁ ପଚାରିବାକୁ ଚାହୁଛି । ଏଭଳି କ’ଣ ହେଲା। ଜଷ୍ଟିସ୍ ପଟେଲ କହିଛନ୍ତି ଆମେ ଭାବିବା ଦରକାର ଏହା କେତେ ବିପଦପୂର୍ଣ୍ଣ। ଏତେ ବ୍ୟାକୁଳତା କାହିଁକି ? ନ୍ୟାୟ ପାଇଁ ଏକ ପୂରା ପ୍ରକ୍ରିୟା ହୋଇଥାଏ ଯାହାଦ୍ବାରା ନିର୍ଦ୍ଧାରିତ ହୋଇଥାଏ ଦୋଷୀ କିଏ ଏବଂ ନିର୍ଦ୍ଦୋଷ କିଏ। ଏହି ପ୍ରକ୍ରିୟା ଧୀର କାହିଁକି ଏଥିରେ ପବିତ୍ର ସିଦ୍ଧାନ୍ତ ପାଳନ ହୋଇଥାଏ।’’