ବେଣୁଗୋପାଳଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ୍ ଦେଲେ ବମ୍ବେ ହାଇକୋର୍ଟ

Published By : Prameya-News7 Bureau | January 20, 2023 IST

ମୁମ୍ବାଇ, ୨୦/୦୧: ଭିଡିଓକନ୍ ଗ୍ରୁପ୍‌ ଚେୟାରମ୍ୟାନ୍‌ ବେଣୁଗୋପାଳ ଧୂତଙ୍କୁ ଆଶ୍ବସ୍ତି। ଆଇସିସି ବ୍ୟାଙ୍କ-ଭିଡିଓକନ୍ ଲୋନ୍‌ ମାମଲାରେ ଫସିଥିବା ବେଣୁଗୋପାଳଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ୧ ଲକ୍ଷ ଟଙ୍କାର ଜାମିନ୍ ବଣ୍ଡ୍ ଦେବା ପରେ ତାଙ୍କୁ ଜାମିନ୍‌ ମିଳିବ। ସିବିଆଇ ୨୬ ଡିସେମ୍ବର ୨୦୨୨ ରେ ଲୋନ୍‌ ଠକେଇ ମାମଲାରେ ବେଣୁଗୋପାଳଙ୍କୁ ଗିରଫ କରିଥିଲା ସିବିଆଇ।

ଜାମିନ୍‌ ପାଇଁ ବେଣୁଗୋପାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଧୂତ ଦାବି କରିଥଲେ ଯେ ତାଙ୍କର ଗିରଫ ଅବୈଧ ଏବଂ ଏଥିପାଇଁ ସେ ଅନ୍ତରୀଣ ଜାମିନ୍ ଦାବି କରିଛନ୍ତି। ଏହି ମାମମଲାରେ ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଏବଂ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚରଙ୍କ ଚଳିତ ମାସରେ ଜାମିନ୍‌ ମିଳିଥିଲା। କୋଚରଙ୍କୁ ସିବିଆଇ ୨୪ ଡିସେମ୍ବରରେ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ଅଭିଯୋଗ ହୋଇଥିଲା ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦେ୍ଦଶକ ଥବା ସମୟରେ ଭିଡିଓକନ୍ ଗ୍ରୁପ୍‌କୁ ଲୋନ୍‌ ଦେଇଥିଲେ। ବଦଳରେ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚରଙ୍କ କମ୍ପାନୀ ନ୍ୟୁ ରିନ୍ୟୁଏବଲକୁ ଭିଡିଓକନ୍‌ରେ ନିବେଶ ମିଳିଥିଲା। ଯାଞ୍ଚ ଏଜେନ୍ସୀର ଅଭିଯୋଗ କରିଛି ଆଇସିଆଇସିଆଇ ବ୍ୟାଙ୍କ୍‌ ବେଣୁଗୋପାଳ ଧୂତ ଭିଡିଓକନ୍ ସମୂହର କମ୍ପାନୀଙ୍କୁ ବ୍ୟାଙ୍କିଂ ରେଗୁଲେସନ ଆକ୍ଟ, ଆରବିଆଇ ମାର୍ଗଦର୍ଶିକା ଏବଂ ବ୍ୟାଙ୍କ୍ ଲୋନ୍ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ୩,୨୫୦ କୋଟି ଜରିମାନା ଲଗାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.