କଙ୍ଗନା ରଣାଓ୍ବତଙ୍କ ସପକ୍ଷରେ କୋର୍ଟ ଦେଲେ ରାୟ, ଅଭିନେତ୍ରୀ କହିଲେ ଜିତିଲା ଲୋକତନ୍ତ୍ର

Published By : Prameya-News7 Bureau | November 27, 2020 IST

ମୁମ୍ବାଇ ୨୭।୧୧: ବମ୍ବେ ହାଇକୋର୍ଟ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବଂ ବିଏମସି ବିବାଦ ଉପରେ କଙ୍ଗନାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଶୁଣାଣି ବେଳେ କୋର୍ଟ କହିଥିଲେ ଯେ, ଏହା ପ୍ରମାଣ ମିଳିଛି ଯେ ଷ୍ଟ୍ରକ୍‌ଚର ପୂର୍ବରୁ ପ୍ରସ୍ତୁତ ଥିଲା ମାତ୍ର ବିଏମସି ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟାନୁଷ୍ଠାନ କରିଥିଲା । ବିଏମସିର ଅବୈଧ ନିର୍ମାଣ ବିରୋଧରେ ଜାରି କରାଯାଇଥିବା ନୋଟିସ୍ କୁ ଅକାମୀ କରିଦେଇଛନ୍ତି ହାଇକୋର୍ଟ । ଏହାସହ କୋର୍ଟ କଙ୍ଗନାଙ୍କର ହୋଇଥିବା କ୍ଷତିର ଆକଳନ ପାଇଁ ମୂଲ୍ୟାଙ୍କନକର୍ତ୍ତାକୁ ନିଯୁକ୍ତି କରିବା ପାଇଁ କହିଛନ୍ତି । ଫଳରେ କ୍ଷତିପୂରଣ ରାଶି ନିର୍ଧାରିତ କରାଯାଇପାରିବ । କୋର୍ଟ କଙ୍ଗନାଙ୍କୁ ସର୍ବସାଧାରଣରେ ବୟାନ ଦେବା ସମୟରେ ସଞ୍ଜମତା ରକ୍ଷା କରିବାକୁ କହିଛନ୍ତି ।

ନିଜ ସପକ୍ଷରେ କୋର୍ଟ ନିଷ୍ପତ୍ତି ଶୁଣାଇବା ପରେ କଙ୍ଗନା ଖୁବ୍ ଖୁସି ଅଛନ୍ତି । ସେ ଟ୍ବିଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଯେତେବେଳେ କୌଣସି ବ୍ୟକ୍ତି ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥାଏ ଏବଂ ବିଜୟୀ ହୋଇଥାଏ ତେବେ ସେହି ବ୍ୟକ୍ତିର ବିଜୟ ନୁହେଁ ବରଂ ଏହା ଲୋକତନ୍ତ୍ରର ବିଜୟ । ଯେଉଁମାନେ ମୋତେ ସାହାସ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ । ସେମାନଙ୍କୁ ମଧ୍ୟ ଧନ୍ୟବାଦ ଯେଉଁମାନେ ମୋ ଭଙ୍ଗା ସ୍ବପ୍ନକୁ ଗଢିଦେଲେ । ଏହାର କେବଳ ଗୋଟିଏ କାରଣ ଯେ, ଆପଣ ଜଣେ ଖଳନାୟକଙ୍କ ଭୂମିକା ଗ୍ରହଣ କରୁଥିଲେ, ଏଥିପାଇଁ ମୁଁ ଜଣେ ହିରୋ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବିଏମସି ସେପ୍ଟେମ୍ବର ୯ତାରିଖରେ କଙ୍ଗନା ରଣାଓ୍ବତଙ୍କ ବଙ୍ଗଳାର ଏକ ଅଂଶ ଭାଙ୍ଗିଦେଇଥିଲା । ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ପରେ କଙ୍ଗନା ଅଭିଯୋଗ ଆଣିଥିଲେ ଯେ, ଶିବସେନା ଏବଂ ମହାରାଷ୍ଟ୍ର ସରକାର ତାଙ୍କ ବୟାନ ଯୋଗୁଁ ବିଚଳିତ ହୋଇଉଠିଲା ଯାହା ଫଳରେ ତାଙ୍କ ବଙ୍ଗଳାର ଏକ ଅଂଶ ଭାଙ୍ଗିଦେଇଥିଲା । ଅନ୍ୟପଟେ ବିଏମସି କଙ୍ଗନାଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲା ଯେ, କଙ୍ଗନାଙ୍କ ଅଫିସ ରେ ଅବୈଧ ନିର୍ମାଣ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.