ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ୧୦୭ ପାସେଞ୍ଜରକୁ ନେଇ ଦିଲ୍ଲୀରୁ ବିଶାଖାପାଟଣା ଯାଉଥିଲା ପ୍ଲେନ୍

Published By : Prameya-News7 Bureau | September 04, 2024 IST

ମୁମ୍ଵାଇ ୦୪।୯: ଏୟାର ଇଣ୍ଡିଆ ବିମାନକୁ ବୋମା ବିସ୍ପୋରଣ ଧମକ। ଯେତେବେଳେ ଏହି ଧମକ ଆସିଥିଲାଲା। ସେତେବେଳେ ବିମାନ ସେବା, ବିମାନରେ ଥିବା କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଦିଲ୍ଲୀରୁ ବିଶାଖାପାଟନମ୍ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନରେ ଏକ ବୋମା ଧମକ କଲ୍ ଆସିଥିଲା। କିନ୍ତୁ ଏହି ଧମକ ମିଛ ବୋଲି ଜଣାପଡିଛି। ମଙ୍ଗଳବାର ରାତି ପ୍ରାୟ ୧ ଟା ସମୟରେ ଏହି ଘଟଣା ଘଟିଛି। 


ବିଶାଖାପାଟନମ ବିମାନବନ୍ଦର କର୍ମଚାରୀଙ୍କୁ ଧମକପୂର୍ଣ୍ଣ କଲ ସେତେବେଳେ ଆସିଥିଲା ଯେତେବେଳେ ବିମାନଟି ଉଡାଣରେ ଥିଲା। ବିଶାଖାପାଟନମରେ ଅବତରଣ କରିବା ମାତ୍ରେ ଏହାକୁ ବୋମା ଏବଂ ଡବ ସ୍କ୍ଵଡ ଦ୍ୱାରା ଯାଞ୍ଚ କରାଯାଇଥିଲା। ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଜୋନକୁ ନିଆଯାଇଥିଲା। ଯାତ୍ରୀମାନଙ୍କ ସାମଗ୍ରୀ ମଧ୍ୟ ଖୋଜାଖୋଜି କରାଯାଇଥିଲା। କିନ୍ତୁ ସନ୍ଦେହଜନକ କିଛି ମିଳିଲା ନାହିଁ । ବିଶାଖାପାଟନମ୍ ବିମାନବନ୍ଦର ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ ଏହି ବିଷୟରେ ଜଣାଇଛନ୍ତି ।

ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ କହିଛନ୍ତି ଯେ ଏୟାର ଇଣ୍ଡିଆ ବିମାନ A1471 ବିଳମ୍ବିତ ରାତିରେ ଦିଲ୍ଲୀରୁ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ ବିମାନଟି ଉଡ଼ିବା ମାତ୍ରେ ଦିଲ୍ଲୀ ପୋଲିସ ଏବଂ ବିମାନବନ୍ଦର କର୍ମଚାରୀଙ୍କୁ ଏକ କଲ ଆସିଥିଲା। କଲ୍ କରୁଥିବା ବ୍ୟକ୍ତି ତାଙ୍କ ନାମ ପ୍ରକାଶ କରିନାହାଁନ୍ତି, କିନ୍ତୁ ବିମାନରେ ଏକ ବୋମା ଅଛି ବୋଲି ସେ କହିଛନ୍ତି। ସେ ଧମକ ଦେଇଛନ୍ତି ଯେ ବର୍ତ୍ତମାନ ଉଡ଼ାଇଥିବା ଏୟାର ଇଣ୍ଡିଆର ବିମାନ ଭିତରେ ଏକ ବୋମା ଅଛି। ବିମାନ ଅବତରଣ କରିବା ମାତ୍ରେ ବୋମା ବିସ୍ଫୋରଣ ହେବ ଏବଂ ସମସ୍ତ ଲୋକଙ୍କର ମୃତ୍ୟୁ ହେବ। ଫୋନ୍ କଲ ପାଇବା ମାତ୍ରେ ବିମାନବନ୍ଦର କର୍ମଚାରୀମାନେ ନର୍ଭସ ହୋଇଯାଇଥିଲେ। ସେ ନିଜେ ପୋଲିସ ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଧମକପୂର୍ଣ୍ଣ ମାମଲା ରୁଜୁ କରିଛନ୍ତି। ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜିବାରେ ବ୍ୟସ୍ତ ଅଛି। ଯେଉଁ ନମ୍ବରରୁ କଲ ଆସିଥିଲା ତାହାର ଅନୁସନ୍ଧାନ କରାଯାଉଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.