ପୂର୍ବ ଶତ୍ରୁତାରୁ ବୋମା ଫିଙ୍ଗିବାକୁ ଉଦ୍ୟମ, ଅଫୁଟା ବୋମା ଜବତ

Published By : Prameya-News7 Bureau | June 21, 2021 IST

ପଟ୍ଟାମୁଣ୍ଡାଇ ୨୧।୬: ଅଫୁଟା ବୋମା ଜବତ । ପଟ୍ଟାମୁଣ୍ଡାଇ ଦକ୍ଷିଣୀଦିଆ ଗାଁରୁ ଜବତ ହୋଇଛି ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଉପରକୁ ଫୋପାଡିବାକୁ ଉଦ୍ୟମ କଲେ ଦୁର୍ବୃତ୍ତ । ଦଖିଣିଦିଆ ଗାଁର ଅରୁଣ କୁମାର ନାୟକଙ୍କର ବେଲତଳ ଗାଁର ବାପିଙ୍କ ସହିତ ବଚସା ହୋଇଥିଲା । ତେବେ ସୋମବାର ଦିନ ବାପି ଅରୁଣଙ୍କ ଘରକୁ ଆସି ବୋମା ପିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ କାବୁ କଲେ ସ୍ଥାନୀୟ ଲୋକେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.