ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମଝି ଆକାଶରେ ଇରାନ୍‌ ବିମାନରେ ବୋମା ଆତଙ୍କ, ଭାରତୀୟ ବାୟୁସେନା ପଠାଇଲା ଫାଇଟର୍‌ ଜେଟ୍‌

3/10/2022 at 6:02 PM

ନୂଆଦିଲ୍ଲୀ, ୦୩/୧୦: ମଝି ଆକାଶରେ ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ । ଯାତ୍ରୀଙ୍କୁ ନେଇ ଯାଉଥିବା ଇରାନ୍‌ର ବିମାନରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା । ସକାଳେ ଭାରତୀୟ ବିମାନ ପଥ ଦେଇ ଯାଉଥିବା ସମୟରେ ଏହି ବିମାନରୁ ଭାରତୀୟ ବାୟୁସେନାକୁ ବାରମ୍ୱାର ଆଲର୍ଟ କରାଯାଇଥିଲା । ଫାଇଟର୍‌ ଜେଟ୍‌ ପଠାଇବା ପାଇଁ ଅନୁରୋଧ କରାଯାଇଥିଲା ବୋଲି ଜଣାପଡ଼ିଛି ।

ଇରାନ୍‌ର ତହରନ୍‌ରୁ ଚାଇନାର ଗୁଆଙ୍ଗଝୁ ଯାଉଥିବା ମହାନର ଏହି ବିମାନଟି ଭାରତରେ ଅବତରଣ ପାଇଁ ଦୁଇ ଦୁଇ ଥର ସଙ୍କେତ ଦେଇଥିଲା । ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଯିବା ପରେ ଏହା ଯାତ୍ରା ଜାରି ରଖିଥିଲା ବୋଲି ଭାରତୀୟ ବାୟୁ ସେନା ପକ୍ଷରୁ ଜଣାପଡ଼ିଛି । ତେବେ ବିମାନଟିକୁ ସୁରକ୍ଷା ଦେବା ପାଇଁ ଫାଇଟର ଜେଟ୍‌ ଏହାର ପିଛା କରିଥିଲା । ବିମାନଟି ବର୍ତ୍ତମାନ ଚାଇନ୍‌ର ବିମାନ ପଥ ଅଞ୍ଚଳରେ ପ୍ରବେଶ କରିସାରିଥିବା ବିମାନ ଟ୍ରାକିଂ ୱେବ୍‌ ସାଇଟ୍‌ ଫ୍ଲାଇଟ୍‌ରାଡାର ପକ୍ଷରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ବିମାନରେ ବୋମା ଥିବା ନେଇ ସକାଳ ୯.୨୦ ମିନିଟ୍‌ ସମୟରେ କଲ୍‌ ଆସିଥିଲା । ଦିଲ୍ଲୀ ବିମାନ ବନ୍ଦର ଏଥିପାଇଁ ଆଲର୍ଟ ରହିଥିଲା । ଏହି ବିମାନଟି ଜୟପୁରରେ ପ୍ରଥମେ ଅବତରଣ କରିବା ପାଇଁ ଅନୁରୋଧ କରିଥିଲା । ପରେ ଏହା ଚଣ୍ଡୀଗଡ଼ରେ ଅବତରଣ ପାଇଁ ସଙ୍କେତ ଦେଇଥିଲା । ଏହି ଦୁଇ ବିମାନ ବନ୍ଦରକୁ ଛାଡ଼ି ଅନ୍ୟ ବିମାନ ବନ୍ଦରରେ ଅବତରଣ ପାଇଁ ପାଇଲଟ୍‌ ରାଜି ନଥିବା ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି । ତେବେ ତେହରାନକୁ ବୋମା ଅତଙ୍କ ନେଇ ପରାମର୍ଶ କରାଯିବା ପରେ ବିମାନଟି ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।

   Related Posts