ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଧିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ପୁନେ ଯିବାକୁ ଥିବା ସ୍ପାଇସଜେଟ୍ ବିମାନରେ ବୋମା ଥିବା ସୂଚନା ମିଳିଛି । ସଂଧ୍ୟା ୬ଟା ୩୦ରେ ସ୍ପାଇସଜେଟର ବିମାନ ଆଇଜିଆଇ ବିମାନ ବନ୍ଦରରୁ ପୁନେ ଅଭିମୁଖେ ଯାତ୍ରା କରିଥାନ୍ତି । ଏହା ପୂର୍ବରୁ ଏଥିରେ ବୋମା ଥିବା ନେଇ ସୂଚନା ମିଳିଛି । ଏହାପରେ ବିମାନର ବୋର୍ଡିଂକୁ ଅଟକା ଯାଇ ବୋମା ସ୍କ୍ୱାର୍ଡ ସହ ସର୍ଚ୍ଚ ଅପରେସନ ଜାରି ରହିଛି । ଯାଞ୍ଚରେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧିଗ୍ଧ ବସ୍ତୁ ମିଳି ନାହିଁ । ତେବେ ବିମାନ ବନ୍ଦରରେ ଭୟର ମାହୋଲ ରହିଥିବା ବେଳେ ଅଧିକାରୀମାନେ କୌଣସି ବୟାନ ଦେଉ ନାହାନ୍ତି ।
ଏହା ପୂର୍ବରୁ ଜାନୁଆରୀ ୧୦ରେ ମସ୍କୋରୁ ଗୋଆକୁ ଯାଉଥିବା ଚାଟାର୍ଡ ପ୍ଲାଇଟରେ ବୋମା ଥିବା ନେଇ ସୂଚନା ମିଳିଛି । ଏହାପରେ ବିମାନର ଜରୁରୀ ଅବତରଣ କରାଯାଇ ଯାଞ୍ଚ କରାଯାଇଥିଲା । ଗୋଆ ଏଟିସିକୁ ଗୋଟିଏ ମେଲ୍ ଆସିଥିଲା, ଏଥିରେ ଚାର୍ଟର୍ଡ ବିମାନରେ ବୋମା ଥିବା ନେଇ ସୂଚନା ଦିଆଯାଇଥିଲା। ଏହାପରେ ବିମାନକୁ ତତ୍କାଳ ଜାମନଗରରେ ଜରୁରୀ ଅବତରଣ କରାଯାଇଥିଲା । ସମସ୍ତ ୨୨୪ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ଚାର୍ଟର୍ଡ ବିମାନରେ ବୋମା ଥିବା ଖବର ନେଇ ଭାରତୀୟ ଅଧିକାରୀମାନେ ଦୂତାବାସକୁ ସତର୍କ କରାଇଥିଲେ ।