ରାଜଧାନୀ ଏକ୍ସପ୍ରେସ୍ରେ ବୋମା Tweet, ଦାଦରୀରେ ଟ୍ରେନ୍ ଯାଞ୍ଚ କରୁଛନ୍ତି GRP ଓ RPF
28/02/2020 at 7:20 PM

ଦାଦରୀ ୨୮।୨: ନୂଆଦିଲ୍ଲୀ-ଦିବ୍ରୁଗଡ ରାଜଧାନୀ ଏକ୍ସପ୍ରେସ୍କୁ ରେଳବାଇ ଶୁକ୍ରବାର ଦାଦରୀ ନିକଟରେ ଅଟକାଇ ଦେଇଛନ୍ତି। ଟ୍ରେନ ଅଟକିବା ପରେ ସୁରକ୍ଷା କର୍ମୀମାନେ ଏବେ ଟ୍ରେନର ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି। ଜନୈକ ଯାତ୍ରୀ ଟ୍ରେନରେ ବୋମା ଥିବା ନେଇ ଟ୍ୱିଟ୍ କରିଥିଲେ। ନୂଆଦିଲ୍ଲୀ-କାନପୁର ସେଣ୍ଚ୍ରାଲ ମଧ୍ୟରେ ଚାଲୁଥିବା ରାଜଧାନୀ-୧୨୪୨୪ ରେ ଗୋଟିଏ କି ୨ଟି ନୁହେଁ ୫ଟା ବୋମା ଥିବାର ଯାତ୍ରୀ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଥିଲେ।
I want to inform that there are 5 bombs in a train rajdhani(12424) going from new delhi to kanpur central. Please take some action on this quickly.@RailMinIndia @PiyushGoyal @DelhiPolice @IRCTCofficial
— Sanjeev Singh Gurjar (@sanjeevriyana1) February 28, 2020
ଯାତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ବୋମା ଥିବା ସୂଚନାକୁ ରେଳମନ୍ତ୍ରାଳୟ, ପିୟୁଷ ଗୋୟଲ, ଦିଲ୍ଲୀ ପୋଲିସ ଓ ଆଇଆରସିଟିସି ଅଧିକାରୀଙ୍କୁ ଟ୍ୟାଗ୍ବି କରିଥିଲେ। ଆଗରା ଜିଆରପି ଏସପି ଘଟଣାକୁ ଗରୁତ୍ୱର ସହ ନେଇଥିବା ବେଳେ ତୁରନ୍ତ ଟ୍ୱିଟ୍ର ଜବାବ ଦେଇଥିଲେ। ଏଥିରେ ଘଟଣା ନେଇ ସମସ୍ତ ଉଚ୍ଚ ପୋଲିସ ଅଧିକାରୀଙ୍କୁ ସୂଚିତ କରାଯାଇଥିବା ଓ ଟ୍ରେନକୁ ଜିଆରପି ଦାଦରୀରେ ଅଟକା ଯିବା ପରେ ସୁରକ୍ଷା କର୍ମୀ ଯାଞ୍ଚ କରିବେ ବୋଲି କହିଥିଲେ।
उक्त सूचना के संबंध में सभी वरिष्ठ अधिकारीगण को अवगत करा दिया गया है ट्रेन को चौकी जीआरपी दादरी पर रुकवा कर आरपीएफ व जीआरपी के संयुक्त प्रयास से चेक किया जा रहा है।
— SP GRP AGRA (@spgrpagra) February 28, 2020
ସେହି ଅନୁସାରେ ଟ୍ରେନ ଷ୍ଟେସନରେ ପହଞ୍ଚିବା ମାତ୍ରେ ଆରପିଏଫ ଓ ଜିଆରପି ଏହାର ମିଳିତ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ୧୨୪୨୪ ଡିବିଆରଟି ଦିଲ୍ଲୀ ଓ ଦିବ୍ରୁଗଡ ଷ୍ଟେସନ ମଧ୍ୟରେ ଯାତ୍ରୀ ସେବା ଯୋଗାଇ ଦେଉଛି। ଏହି କ୍ରମରେ ଟ୍ରେନଟି ଶୁକ୍ରବାର ଅପରାହ୍ଣ ୪ଟା ୧୦ ମିନିଟ୍ରେ ଦିଲ୍ଲୀରୁ ଦିବ୍ରୁଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ଯାତ୍ରୀ ଟ୍ରେନରେ ବୋମା ଥିବାର ସୂଚନା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଥିଲେ।