ପୁରୀରେ ପୁଣି ବୋମାମାଡ, ମାଛ ବ୍ୟବସାୟୀଙ୍କ ଘରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ପୁରୀ,୨୫।୦୪: ପୁରୀରେ ପୁଣି ବୋମାମାଡ।‌ ମାଛ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ କପ୍ତେଶ୍ବର ଗ୍ରାମର ମାଛ ବ୍ୟବସାୟୀ ମାଗା ଦାସଙ୍କ ଘର ଉପରକୁ ବୋମାମାଡ। ଦୁଇଟି ବୋମା ଫିଙ୍ଗି ଫେରାର ହୋଇଗଲେ ଦୁର୍ବୁତ୍ତ। ସେହିପରି ଚନ୍ଦନପରୁ ଥାନା ଅନ୍ତର୍ଗତ ଜାନକାଦେଇପୁର ଗ୍ରାମରେ ଦୁଇଟି ଓ ବାସୁଦେଇପୁରରେ ମଧ୍ୟ ଗୋଟିଏ ବୋମାମାଡ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।