ବିଧାୟକଙ୍କ କାର୍ଯ୍ୟାଳୟ ନିକଟରୁ ମିଳିଲା ବୋମା, ଅସଲି ନା ନକଲି ଅସ୍ପଷ୍ଟ

Published By : Prameya-News7 Bureau | September 01, 2023 IST

ଅନୁଗୋଳ ୧।୯: ବିଧାୟକଙ୍କ କାର୍ଯ୍ୟାଳୟ ନିକଟରୁ ମିଳିଲା ବୋମା । ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ନିକଟରୁ ଏହି ବୋମାଟି ମିଳିଥିବା ଜଣାପଡିଛି ।

ସୂଚନାଯୋଗଗ୍ୟ ଯେ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କାର୍ଯ୍ୟାଳୟ ନିକଟରେ ଗୋଟିଏ ବୋମା ପଡିଥିବା ଦେଖିବାକୁ ମିଳିଥିଲା । ବିଧାୟକଙ୍କ କର୍ମୀମାନେ ଶୁକ୍ରବାର ସକାଳୁ ବୋମାଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଏହା ଟାଇମ୍ ବମ୍‌ ଭଳି ଦେଖାଯାଉଛି । ତେବେ ଏହି ବୋମା ଅସଲି ନା ନକଲି ତାହା ଜଣାପଡିନଥିବା ବେଳେ ଏହା କେଉଁଠୁ ଆସିଲା ଏବଂ କିଏ ଏଠାରେ ରଖିଛି ତାହା ଜଣାପଡିନି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।  

ତେବେ ସେପଟେ ଏହା ନକଲି ବୋମା ବୋଲି ବିଧାୟକ କହିଥିବା ସୂଚନା ରହିଛି । କେହି ଦୁର୍ବୃତ୍ତ ଜାଣିଶୁଣି ଏଭଳି କରିଛି । ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

You Can Read :

wp:embed {"url":"https://www.prameyanews7.com/4-new-guests-came-to-nandankanan-from-hyderabad/","type":"wp-embed","providerNameSlug":"prameya-news-7"}
https://www.prameyanews7.com/4-new-guests-came-to-nandankanan-from-hyderabad/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.