ରାଜଧାନୀରେ ପୁଣି ବୋମା ମାଡ !
5/06/2018 at 4:41 AM

ସୋମବାର ରାତିରେ ବାପୁଜୀ ନଗରରେ ଏଭଳି ଘଟଣା ଘଟିଯାଇଛି । ଏଠାରେ ଥିବା ଫୁଡ ଜଙ୍କସନ ରେସ୍ତୋରାଁ ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଛନ୍ତି।ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ମୁତାବକ ୪ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ରେସ୍ତୋରାଁ ଉପରକୁ ବୋମାମାଡ କରିଥିଲେ । ଦୁଇଟି ବୋମା ମାଡ କରିଥିଲେ ଦୁର୍ବୃତ୍ତ । ରେସ୍ତୋରାଁ ଉପରକୁ ବୋମା ମାଡ ହୋଇଥିବାରୁ ଗେଟର ସାମ୍ନା କାଚର ବହୁ ଅଂଶ ଭାଙ୍ଗି ଯାଇଥିଲା । ଏହି ଘଟଣାରେ ରେସ୍ତୋରାଁ ର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କର କପିଟାଲ ହସ୍ପଟାଲରେ ଚିକିତ୍ସା କରାଯାଉଛି। ବୋମା ମାଡକୁ ନେଇ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। ଆକ୍ରମଣ ପଛର କାରଣ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।