ପାଟନା ସିଭିଲ କୋର୍ଟରେ ଅଘଟଣ, ଅଦାଲତ ବାହାରେ ଫୁଟିଗଲା ଉପସ୍ଥାପିତ ହେବାକୁ ଥିବା ପ୍ରମାଣ,ଏଏସଆଇ ଆହତ

Published By : Prameya-News7 Bureau | July 01, 2022 IST

ପାଟନା ୧।୭: ପାଟନା ସିଭିଲ କୋର୍ଟରେ ଶୁକ୍ରବାର ବୋମା ବିସ୍ଫୋରଣ ହୋଇଛି। କୋର୍ଟକୁ ପ୍ରମାଣ ରୂପେ ଅଣାଯାଇଥିବା ବୋମା ଅଚାନକ ଫୁଟିଯିବାରୁ ଏଏସଆଇ ଆହତ ହୋଇଛନ୍ତି। ଘଟଣାକୁ ନେଇ କିଛି ସମୟ ଲାଗି କୋର୍ଟରେ ଆତଙ୍କ ଖେଳିଯାଇଥିଲା। ତେବେ ଘଟଣା ଅଦାଲତରେ ହୋଇ ନାହିଁ, କୋର୍ଟ ପରିସରରେ ଘଟିଛି। କୁହାଯାଉଛି କଦମକୂଆଁ ଥାନା ଏଏସଆଇ କୋର୍ଟକୁ ପ୍ରମାଣ ଭାବେ ବିସ୍ଫୋରକ ସାମଗ୍ରୀ ନେଇ ଆସିଥିଲେ। କୋର୍ଟ ପରିସରରେ ଏକ ଟେବୁଲ ଉପରେ ପ୍ରମାଣ ସାମଗ୍ରୀ ରଖି କାଗଜପତ୍ର କରୁଥିବା ବେଳେ ଏଥିରେ ଅଚାନକ ବିସ୍ଫୋରଣ ହୋଇଥିଲା।

ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ହେବା ଯୋଗୁ ଲୋକେ ଧାଁ ଧଉଡ ହୋଇଥିଲେ। ବିସ୍ଫୋରଣରେ ଏଏସଆଇ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥରେ  ପିରବୋହର ଥାନା ପୋଲିସ ପହଞ୍ଚିଛି। ସୂଚନା ଅନୁସାରେ କଦମକୂଆଁ ଥାନା ଏଏସଆଇ ପାଟନା ସିଭିଲ କୋର୍ଟକୁ ପ୍ରମାଣ ସ୍ୱରୂପ ଏକ ବୋମା ଆଣିଥିଲେ। ଏହି ବୋମା କିଛି ଦିନ ପୂର୍ବେ ସହରର ପଟେଲ ଛାତ୍ରାବାସରୁ ଜବତ ହୋଇଥିଲା। ଏହାକୁ କୋର୍ଟରେ ଉପସ୍ଥାପନ କରାଯିବାର ଥିଲା।

{"id":650241,"width":841,"height":561,"sizeSlug":"full","linkDestination":"none"}

କୋର୍ଟର ଶୁଣାଣି ବିଳମ୍ବ ଥିବାରୁ ଏଏସଆଇ ପରିସରରେ ଥିବା ଏକ ଟେବୁଲ ଉପରେ ପ୍ରମାଣ ରଖି କାଗଜପତ୍ର ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଟେବୁଲ ଉପରେ ରଖା ଯାଇଥିବା ବୋମାଟି ଅଚାନକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଏଏସଆଇ ଆହତ ହୋଇଥିବା ବେଳେ ତାଙ୍କୁ ପିଏମସିଏଚରେ ଭର୍ତ୍ତି କରାଯାଇଛି। ଏସଏସପି ମାନବଜିତ ସିଂହ ଢିଲ୍ଲୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କଦମକୂଆ ଥାନାର ଏଏସଆଇ ମଦନ ସିଂହ ବିସ୍ଫୋରଣରେ ଆହତ ହୋଇଥିବା ଏସଏସପି କହିଛନ୍ତି।

ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ତେବେ ବିସ୍ଫରଣରେ କେହି ଅନ୍ୟ ବ୍ୟକ୍ତି ହତାହତ ହେବାର ସୂଚନା ନାହିଁ। ଏସଏସପିଏହାକୁ ଲୋ ଇଣ୍ଟେନସିଟି ବ୍ଲାଷ୍ଟ ବୋଲି କହିଛନ୍ତି। ସିଭିଲ କୋର୍ଟରୁ ସାମାନ୍ୟ ଦୂରରେ ପିରବୋହର ଥାନା। ବିସ୍ଫୋରଣ ସୂଚନା ପାଇ ଥାନା ପୋଲିକ ଘଟଣାସ୍ଥଳରେ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.