ସ୍ଵାଭିମାନ ଅଞ୍ଚଳରେ ବୋମା ବିସ୍ଫୋରଣ

Published By : Prameya-News7 Bureau | February 16, 2020 IST

ମାଲକାନଗିରି ୧୬/୨: ଗତକାଲି ସି.ଆର.ପି.ଏଫ୍ ଜାତୀୟ ସୁରକ୍ଷା ଗୃହରକ୍ଷା ଉପଦେଷ୍ଟା କେ.ବିଜୟ କୁମାର ଯିବାର ୩ ଘଣ୍ଟା ପରେ ନକ୍ସଲ ପନ୍ଥୀ କରିଥିଲେ ବିସ୍ଫୋରଣ। ଘଟଣା ଘଟିବାର କିଛି ସମୟ ଆଗରୁ ସୀମା ସୁରକ୍ଷା ବାହିନୀ ସେହି ରାସ୍ତାରେ ଯାଞ୍ଚ କରିଥିଲେ । ତଥାପି ନକ୍ସଲ ଖଞ୍ଜି ଥିବା ବୋମାର ଟେର ପାଇନଥିଲେ ।

{"id":225106,"sizeSlug":"large"}

ବିସ୍ଫୋରଣରେ କାହାର କିଛି ବି କ୍ଷତି ହୋଇ ନ ଥିବା ବେଳେ ବିସ୍ଫୋରଣ ଏତେ ମାତ୍ରାରେ ଶକ୍ତିଶାଳୀ ଥିଲା ଯେ ବିସ୍ଫୋରଣ ଘଟିଥିବା ସ୍ଥାନରେ ୫ ଫୁଟର ଗାତ ହୋଇଯାଇଥିଲା। ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷା ବାହିନୀ ପହଞ୍ଚି ଗାତରେ ମାଟି ଭର୍ତି କରିଥିଲେ। ବିସ୍ଫୋରକରେ ବ୍ୟବହୃତ ଲୁହାର କିଛି ଭଙ୍ଗା ଅଂଶ ବର୍ତମାନ ସୁଦ୍ଧା ପଡ଼ିରହିଛି ଘଟଣା ସ୍ଥାନରେ। ବର୍ତମାନ ଏଠି ପ୍ରଶ୍ନ ଉଠୁଛି ପ୍ରତିଦିନ ସୀମା ସୁରକ୍ଷା ବାହିନୀଙ୍କ ପେଟ୍ରୋଲିଂ ଚାଲୁଥିବା ବେଳେ ନକ୍ସଲ ପନ୍ଥୀ କିଭଳି ବିସ୍ଫୋରଣ କରିପାରିଲେ ତାହା ପ୍ରଶାସନ ପାଇଁ ଏକ ବହୁତ୍ ବଡ଼ ଚାଲେଞ୍ଜ। ଅନ୍ୟପଟେ ରାସ୍ତା କାର୍ଯ୍ୟକୁ ବିରୋଧ କରି ଏହିପରି ବିସ୍ଫୋରଣ କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

{"id":225107,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.