ସ୍ଲିପ୍ କଲା ବାଇକ୍, ଫୁଟିଲା ବୋମା: କୋଷେ ଦୂରରେ ପଡିଲା ଯୁବକଙ୍କ ଗୋଟେ ହାତ, ଛଟପଟ ହୋଇ ଚାଲିଗଲା ଜୀବନ, ଅନ୍ୟ ଜଣେ ଗୁରୁତର
1/12/2020 at 6:41 PM

ଖଲ୍ଲିକୋଟ୧/୧୨: ବାଇକରେ ବୋମା ନେବା ହେଲା କାଳ। ଗୋଟିଏ ବାଇକରେ ୨ ଜଣ ଯୁବକ ଯାଉଥିଲେ। ଖଲ୍ଲିକୋଟ ନିମଳଝର ନିକଟରେ ବାଇକ୍ଟି ସ୍ଲିପ୍ କରିଥିଲା। ଠିକ୍ ସମୟରେ ଘଟଣାସ୍ଥଳରେ ବିସ୍ଫୋରଣ ହୋଇଥିଲା। ବୋମା ଫୁଟବା ଶବ୍ଦରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା।
ଏହି ବିସ୍ଫୋଣ ଏତେ ଭୟାନକ ଥିଲା ଯେ, ବାଇକ୍ ପଛରେ ବସିଥିବା ଯୁବକଙ୍କ ଗୋଟିଏ ହାତ ଛିଣ୍ଡି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଲେ ମିଟୁ ମହାରଣା। ଏହି ବିସ୍ଫୋଣରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି, ତାଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗୁରୁତର ଯୁବକ ହେଲେ ସିଲୁ ପାହାନ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨ ଯୁବକ ସାଙ୍ଗରେ ବୋମା ଧରି କୁଆଡ଼େ ଯାଉଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖଲ୍ଲିକୋଟ ଥାନା ଅଧିକ ନୂଆ ଫାସୁଲ ଗାଁରେ ୨ ଜଣଙ୍କ ଯୁବକଙ୍କ ଘର ବୋଲି ଜଣାପଡିଛି।