ଜମ୍ମୁ କାଶ୍ମୀର: ହନ୍ଦଓ୍ୱାଡାରେ ବୋମା ବିସ୍ଫୋରଣ, ୬ ଗୁରୁତର

Published By : Prameya-News7 Bureau | May 03, 2020 IST

ଶ୍ରୀନଗର, ୦୩|୦୫: ହନ୍ଦଓ୍ୱାଡା ଏନକାଉଣ୍ଟରଠାରୁ ପ୍ରାୟ ୫ କିମି ଦୂରରେ ଏକ ବୋମା ବିସ୍ଫୋରଣ ଘଟିଛି । ଏଥିରେ ୬ଜଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟଙ୍କୁ ଶ୍ରୀନଗରର ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ହନ୍ଦଓ୍ୱାଡା ଏନକାଉଣ୍ଟରରେ କର୍ଣ୍ଣଲ ଓ ଜଣେ ମେଜରଙ୍କ ସମେତ ୫ଜଣ ସହିଦ ହୋଇଥିଲେ । ଏଥିରେ ୨ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଏହି ଆତଙ୍କବାଦୀଙ୍କ ମଧ୍ୟପେ ଲସ୍କରର ଟପ୍ କମାଣ୍ଡର ହାଇଦର ରହିଛି । ଏହି ଅଞ୍ଚଳ କାଶ୍ମୀରର କୁପଓ୍ୱାଡା ଜିଲ୍ଲାରେ ଅବସ୍ଥିତ । କିଛି ନାଗରିକଙ୍କୁ ଆତଙ୍କବାଦୀମାନେ ବନ୍ଧକ କରିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଅପରେସନ ଆରମ୍ବ ହୋଇଥିଲା । ଏବେ ଫାୟାରିଂ ବନ୍ଦ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ସମସ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ଗାଡି ଚଳାଚଳ ଉପରେ ରୋକ ଲାଗିଛି ।  ଏବେ ଏହି ସ୍ଥାନରୁ ୫ କିମି ଦୂରରେ ଏକ ବିସ୍ଫୋରଣ ହୋଇଛି । ଏଥିରେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଏହି ସ୍ଥାନରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତ୍ରରେ ସେନାର ୨ ଅଧିକାରୀ ଓ ୩ ଜଣ ଯବାନ ହଠାତ ନିଖୋଜ ହୋଇଯାଇଥିଲେ । ଟିମ୍ ସହ ସେମାନେ ଯୋଗଯୋଗ ହରାଇଥିଲେ । 

ପୋଲିସର କହିବାନୁସାରେ ହନ୍ଦଓ୍ୱାଡା ଚଞ୍ଜି ଅଞ୍ଚଳରେ ଏହି ଏନାକାଉଣ୍ଟର ହୋଇଥିଲା । ଆତଙ୍କବାଦୀମାନେ ଯେପରି ଫେରାର ନହୋଇପାରିବେ ସେଥିପାଇଁ ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଭୀଷଣ ଗୁଳିଗୋଳା ବିନିମୟ ହୋଇଥିଲା । ବର୍ତ୍ତବାନ ଏହି ଅଞ୍ଚଲରେ ଇଂଟରନେଟ୍ ସେବା ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.