ବାଙ୍କୀ ଥାନା ଅନ୍ତର୍ଗତ ଘୋଡାବର ଗ୍ରାମର କୋଠଘରକୁ ଦୁର୍ବୁତଙ୍କ ବୋମା ମାଡ, ୨ ଜଣ ମୃତ ଜଣେ ଗୁରୁତର

Published By : Prameya-News7 Bureau | September 28, 2018 IST

କଟକ ୨୮/୯ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଡାବର ଗ୍ରାମର କୋଠଘରକୁ ଦୁର୍ବୁତଙ୍କ ବୋମା ମାଡ। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଗାଁର ଏକ କୋଠଘରକୁ ଦୁର୍ବୃତ୍ତ ବୋମା ମାଡ କରିବାରୁ କୋଠାଘର ଭୁଶୁଡି ପଡିଥିଲା । ଏଠାରେ ବସିଥିବା କିଛି ଲୋକ ଚାପି ହୋଇଯାଇଥିଲେ । ୨ ଜଣ ଗୁରୁତରଙ୍କୁ ବାଙ୍କୀ ମେଡିକାଲରେ ଭର୍ତି କରାଯାଇଥିଲା । ମେଡିକାଲରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣକର ନାଁ ମାନସ ନାଏକ ଏବଂ ଅନ୍ୟଜଣକ ହେଲେ ପବିତ୍ର ନାଏକ । ଆଉଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବଶତ୍ରୁତାରୁ ଏଭଳି ବୋମା ମାଡ଼ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଡମପଡା ଅଗ୍ନିଶ୍ରମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ପରିସ୍ଥିତି ନିୟନ୍ତ୍ରଣ କରିଛି । ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.