ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩ ମୃତ, ୪୦ରୁ ଅଧିକ ଆହତ

19/08/2021 at 3:59 PM

ଇସ୍ଲାମାବାଦ ୧୯/୦୮: ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଗୁରୁବାର ଭୟଙ୍କର ବିସ୍ଫୋରଣ ନେଇ ଖବର ମିଳିଛି। ଏଥିରେ ଶିୟା ସମୁଦାୟର ୩ ଜଣ ମୃତ୍ୟୁବରଣ କରିଛନ୍ତି। ଡନ୍‌ ରିପୋର୍ଟ ଅନୁସାରେ,  ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଶିୟା ସମ୍ପ୍ରଦାୟର ଲୋକେ ଏକ ଶୋକ ସଭାରେ ବାହାରିଥିବା ବେଳେ ଏହି ବିସ୍ଫୋରଣ ହୋଇଛି ।  ଏହି ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

ଆକ୍ରମଣ ପରେ ସାଧାରଣରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏହାର ସୁଯୋଗ ନେଇ ଆକ୍ରମଣକାରୀ ଖସି ଯିବାକୁ ସକ୍ଷମ ହୋଇଥିଲେ ।  ବିସ୍ଫୋରଣ ନେଇ ଖବର ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥି​‌ଲେ । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଙ୍ଖଟାପନ୍ନ ଥିବା କୁହାଯାଉଛି।

ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ପାକିସ୍ତାନର ଶିୟା, ଅହମଦି ଏବଂ କାଦିୟାନୀ ମୁସଲମାନ ସର୍ବଦା କଟ୍ଟରପନ୍ଥୀଙ୍କ ଟାର୍ଗେଟରେ ରହିଆସିଛନ୍ତି । ଚାପରେ ପଡ଼ି ସରକାର ଅହମଦିଙ୍କୁ ଅଣ ମୁସଲମାନ ବୋଲି ଘୋଷଣା କରିଛନ୍ତି।

ସେପଟେ ଶିୟା ମୁସଲମାନଙ୍କ ଉପରେ କଟ୍ଟରପନ୍ଥୀ ଲଗାତାର ଆକ୍ରମଣ କରୁଛନ୍ତି। ଏହା ପୂର୍ବରୁ ୧୪ ଅଗଷ୍ଟ ପାକ୍ ସ୍ବାଧୀନତା ଦିବସରେ କରାଚିରେ ଗ୍ରେନେଡ୍‌ ମାଡ ହେହାଇଥିଲା। ଏଥିରେ ୪ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ଆହତ ମଧ୍ୟ ହୋଇଥିଲେ ।  

   Related Posts