କମୁନି ବିବାଦ-ଥମୁନି ବୋମା ମାଡ : ୭ ଦିନରେ ଘର ଉପରକୁ ଦୁଇ ଥର ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ
18/08/2020 at 1:39 PM

ଖୋର୍ଦ୍ଧା ୧୮।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଘଟିଛି ଏଭଳି ଘଟଣା । ସେହି ଗାଁର ଟୁକୁନି ସ୍ବାଇଁଙ୍କ ଘରକୁ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ବୋମାମାଡ କରିଥିଲେ । ବୋମା ମାଡରେ ତାଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ।
ଗତ ୧୨ ତାରିଖ ରାତିରେ ତାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା । ପୁଣି ଥରେ ବୋମା ମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି । ପୋଲିସ ପାଖରେ ବାରମ୍ବାର ସୁରକ୍ଷା ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।