Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଥା କଥାକେ ଫୁଟୁଛି ବୋମା : ଯାତ୍ରୀ ଗୁମାସ୍ତା ବ୍ୟବସାୟକୁ କେନ୍ଦ୍ର କରି ପୁରୀରେ ବୋମାମାଡ଼,ଜଣେ ଗୁରୁତର

15/06/2019 at 5:10 PM

ପୁରୀ ୧୫/୬: ଯାତ୍ରୀ ଗୁମାସ୍ତା ବ୍ୟବସାୟକୁ କେନ୍ଦ୍ର କରି ପୁରୀରେ ବୋମାମାଡ଼ । ଜଣେ ଗୁରୁତର । ବାସେଳି ସାହି ଥାନା ପଣାପ୍ରିୟା ଲେନ୍‌ରେ ଶିବରାମ ପାତ୍ରଙ୍କ ଉପରକୁ ବୋମାମାଡ଼ କରିଛନ୍ତି ୨ଜଣ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିବରାମଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅନ୍ୟକୁ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରୁଥିବା ଜଣେ ମାତାଲ ଯୁବକ ହାତରେ ବୋମା ଫୁଟିଯିବାରୁ ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟ ଘଟଣାରେ ତଦନ୍ତ କରୁଛି ପୋଲିସ ।

ପୋଲିସକୁ ଖାତିର ନାହିଁ । ବେଲଗାମ୍‌ ଅପରାଧୀ । କଥା କଥାକେ ଫୁଟୁଛି ବୋମା । ଗର୍ଜୁଛି ବନ୍ଧୁକ । ପ୍ରତିଦିନ ସାମ୍ନାକୁ ଆସୁଛି ଅପରାଧର ନୂଆ ନୂଆ କାହାଣୀ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଯେତେବେଳେ ପୁରୀରେ ସୁରକ୍ଷା ବନ୍ଦୋବସ୍ତ ଠାରୁ ଆରମ୍ଭ କରି ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କିଛିର ପ୍ରସ୍ତୁତି ଚାଲିଛି, ଠିକ୍‌ ସେତିକି ବେଳେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥାକୁ ଚାଲେଂଜ୍‌ ଦେଇ ବାସେଳି ସାହି ପଣାପ୍ରିୟା ଲେନ୍‌ରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଆଜି ସକାଳେ ୨ଜଣ ଦୁର୍ବୃତ୍ତ ସ୍ଥାନୀୟ ଅଂଚଳର ଶିବରାମ ପାତ୍ରଙ୍କ ଉପରକୁ ବୋମାମାଡ଼ କରି ଫେରାର୍‌ ହୋଇଯାଇଛନ୍ତି । ତେବେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିବରାମ ନିଜ ଜୀବନ ବଞ୍ଚାଇବାକୁ ଦଉଡ଼ି ଯାଇ ଟାଉନ୍‌ଥାନା ଭିତରେ ପଶିଯାଇଥିଲେ । ଗୁରୁତର ଅବସ୍ଥାରେ  ତାଙ୍କୁ ଡାକ୍ତରଖାନା ନେଇଥିଲେ ଟାଉନଥାନା ଆଇଆଇସି । ଯାତ୍ରୀ ଗୁମାସ୍ତା ବ୍ୟବସାୟକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା କୁହାଯାଉଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

ସେପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅନ୍ୟକୁ ମାରିବାକୁ ବୋମା ଧରି ଗୋଡ଼ାଉଥିବା ମାତାଲ ଯୁବକ ହାତରେ ବୋମା ଫୁଟିଯିବାରୁ ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବନ୍ତପଲ୍ଲୀ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ସହ ଜଣେ ମାତାଲ ଯୁବକ ଯୁକ୍ତି ତର୍କ କରିବା ସହ ତାଙ୍କୁ ମାରିବାକୁ ବୋମା ଧରି ଗୋଡ଼ାଇଥିଲା । ତେବେ ଘଟଣାସ୍ଥଳରୁ ଦଉଡ଼ି ଯାଇ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ପ୍ରଶାନ୍ତ, ହେଲେ ତାଙ୍କ ପଛରେ ବୋମା ଧରି ଦଉଡ଼ୁଥିବା ଚେରୁ ଗଉଡ଼ ଏକ ଖାଲରେ ପଡ଼ିଯିବାରୁ ତା’ ହାତରେ ଥିବା ବୋମା ଫୁଟିଯାଇଥିଲା । ଘଟଣାର ତଦନ୍ତ କରୁଛି ଦିଗପହଣ୍ଡି ପୋଲିସ ।

ଚାରିଆଡ଼େ ସମସ୍ତେ ରଜ ଉତ୍ସବର ଉତ୍ସାହରେ ମାତିଥିବା ବେଳେ ଅପରାଧୀ କିନ୍ତୁ ସେମାନଙ୍କ ରୋବାବ୍‌ ଛାଡ଼ିବାକୁ ନାରାଜ୍‌ । ନା’ ଆଇନକାନୁନ୍‌ର ଭୟ ଅଛି । ନା’ ଥାନା,ପୋଲିସକୁ ଖାତିର ଅଛି । ବେଧଡ଼କ ବୋମାମାଡ଼ କରି ଆତଙ୍କରାଜ୍‌ ଚଳାଇଛନ୍ତି ଦୁର୍ବୃତ୍ତ ।

   Related Posts